ଓଡିଶା

odisha

By

Published : Jun 29, 2020, 3:18 PM IST

ETV Bharat / sitara

‘କ୍ରିଷ୍ଣା ଆଣ୍ଡ ହିଜ ଲୀଲା’ ପାଇଁ ବିବାଦରେ ଭଲ୍ଲାଲଦେବ

ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ ନେଟଫ୍ଲିକ୍ସ । ଏଥର ରାଣା ଦଗ୍ଗୁବତୀଙ୍କ ପ୍ରଯୋଜିତ ଫିଲ୍ମ ‘କ୍ରିଷ୍ଣା ଆଣ୍ଡ ହିଜ ଲୀଲା ’କୁ ନେଇ ବିବାଦ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଣା ଦଗ୍ଗୁବତୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଣା ଦଗ୍ଗୁବତୀ

ମୁମ୍ବାଇ: ‘ବାହୁବଳୀ’ ଷ୍ଟାର ରାଣା ଦଗ୍ଗୁବତୀଙ୍କ ନୂଆ ଫିଲ୍ମ ‘କ୍ରିଷ୍ଣା ଆଣ୍ଡ ହିଜ ଲୀଲା ’ ନିକଟରେ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ହେଲେ ଇତିମଧ୍ୟରେ ଏହି ଫିଲ୍ମ ନିଜ କଣ୍ଟେଣ୍ଟ ଓ ଭୂମିକାକୁ ନେଇ ବିବାଦ ଘେରରେ ଆସିଛି । ଏହି ଫିଲ୍ମ ପାଇଁ ସୋମବାର ସକାଳୁ ସୋସିଆଲ ମିଡିଆରେ ବୟକଟ ନେଟଫ୍ଲିକ୍ସ ହ୍ୟାଶଟ୍ୟାଗ ଟ୍ରେଣ୍ଡ କରୁଛି । ଫିଲ୍ମର ବିରୋଧ କରୁଥିବା ଲୋକଙ୍କ ଅନୁଯାୟୀ ଫିଲ୍ମରେ ଭଗବାନ ଶ୍ରୀକୃଷ୍ଣ ଓ ତାଙ୍କ ସଖୀ ରାଧାଙ୍କ ନାମକୁ ଭୁଲ ରୂପେ ପର୍ଯ୍ୟବେଶିତ କରାଯାଇଛି ।

‘କ୍ରିଷ୍ଣା ଆଣ୍ଡ ହିଜ ଲୀଲା’କୁ ରାଣା ନିର୍ମିତ କରିଛନ୍ତି । ଫିଲ୍ମ ତାଙ୍କ ହୋମ ପ୍ରଡକ୍ସନ କମ୍ପାନୀ ସୁରେଶ ପ୍ରଡକ୍ସନ ସହ ସଞ୍ଜୟ ରେଡ୍ଡୀ ଏବଂ ଭାଏକମ 18 ପିକ୍ଚର୍ସ ମିଶି ଏହି ଫିଲ୍ମ ନିର୍ମାଣ କରିଛନ୍ତି । ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ତାରିଖ ଘୋଷଣା ହେବା ପୂର୍ବରୁ ରାଣା ସୋସିଆଲ ମିଡିଆରେ ଏହାର ଖୁବ୍ ପ୍ରମୋଶନ କରିଥିଲେ ।

ରବିକାନ୍ତ ଓ ସିଦ୍ଧୁଙ୍କ ଏହି କାହାଣୀ ଏମିତି ଯୁବକର କାହାଣୀ ଯିଏ ପ୍ରେମ କରନ୍ତି କେବଳ ବ୍ରେକଅପ କରିବା ପାଇଁ । ଏହି ଫିଲ୍ମରେ ସିଦ୍ଧୁ ଜୋନଲଗଡା କ୍ରିଷ୍ଣା ଭୂମିକାରେ ଅଭିନୟ କରୁଛନ୍ତି । ତାଙ୍କ ସହ ଫିଲ୍ମରେ ନଜର ଆସୁଛନ୍ତି ଶ୍ରୀନାଥ ଶାଲିନୀ ଭଡନୀକଟ୍ଟି ଓ ସିରତ କପୁର ଭଳି ଫେମସ କଳାକାର ।

ଫିଲ୍ମକୁ ନେଇ ଧର୍ମ ବିରୋଧୀ କାହାଣୀ ଉପରେ ବିବାଦ ସୃଷ୍ଟି ହୋଇଛି । ଟ୍ବିଟରରେ ଫିଲ୍ମ ବିରୋଧ ଆରମ୍ଭ କରିଛି ହଲ୍ଲା ହିନ୍ଦୁ ଜାଗୃତି ସଂଗଠନ । ଯାହାର ଟ୍ବିଟରରେ ଲେଖାଯାଇଛି ଯେ ନେଟଫ୍ଲିକ୍ସ ଇଣ୍ଡିଆ ଜାଣିଶୁଣି ଭାରତରେ ଏପରି ୱେବ ସିରିଜର ପ୍ରସାରଣ କରୁଛି, ଯାହା ହିନ୍ଦୁ ଧର୍ମର ମିଥ୍ୟା ଚିତ୍ର ଉପସ୍ଥାପନ କରୁଛି ।

ଏହି ସଗଠନ ଅନୁଯାୟୀ ‘ସାକ୍ରେଡ ଗେମ୍ସ’, ‘ଲୈଲା’ ଓ ‘ଦିଲ୍ଲୀ କ୍ରାଇମ’ ଭଳି ୱେବ ସିରିଜ ମଧ୍ୟ ନେଟଫ୍ଲିକ୍ସରେ ଜାଣିଶୁଣି ଜାରି କରି ହିନ୍ଦୁ ଧର୍ମର ଭାବନାକୁ ଆହତ କରିଥିଲା । ଆଉ ଏବେ ଏପରି ଫିଲ୍ମ ଆଣିବାରେ ଲାଗିଛି ନେଟଫ୍ଲିକ୍ସ । ଯେଉଁଥିରେ ହିନ୍ଦୁ ଭଗବାନଙ୍କ ଅପମାନ କରାଯାଇଛି ।

ABOUT THE AUTHOR

...view details