ଓଡିଶା

odisha

ETV Bharat / sitara

ସୈଫ ଲାଡଲୀଙ୍କ ପ୍ରଶଂସାରେ ରୋମାଣ୍ଟିକ ନିର୍ଦ୍ଦେଶକ - ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ

‘ଲଭ ଆଜ କଲର ଫିମେଲ ଲିଡ ଲାଗି ସାରା ଏକଦମ ପରଫେକ୍ଟ । ତାଙ୍କ ପାଖରେ ପାରମ୍ପରିକ ଭାରତୀୟ ହିରୋଇନ ହେବାର ଗୁଣ ରହିଛି’ । ଅଧିକ ପଢନ୍ତୁ...

ସୈଫ ଲାଡଲୀଙ୍କ ପ୍ରଶଂସାରେ ରୋମାଣ୍ଟିକ ନିର୍ଦ୍ଦେଶକ
ସୈଫ ଲାଡଲୀଙ୍କ ପ୍ରଶଂସାରେ ରୋମାଣ୍ଟିକ ନିର୍ଦ୍ଦେଶକ

By

Published : Jan 21, 2020, 12:21 PM IST

ମୁମ୍ବାଇ: ନିଜ ହିରୋଇନଙ୍କ ପ୍ରଶଂସାରେ ଶତମୁଖ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀ । ନିକଟରେ ଇମତିଆଜଙ୍କ ଆଗାମୀ ଫିଲ୍ମ ଲଭ ଆଜ କଲର ଟ୍ରେଲର ରିଲିଜ ହୋଇଛି । ଫେବୃୟାରୀ 14ରେ ଫିଲ୍ମ ଆସୁଥିବାବେଳେ ଲିଡରେ ଅଛନ୍ତି କାର୍ତ୍ତିକ ଓ ସାରା ଅଲ୍ଲୀ ଖାନ । ଫିଲ୍ମ ପାଇଁ ସାରା ଏକଦମ ପରଫେକ୍ଟ ବୋଲି ସେ କହିଛନ୍ତି ।

ଫିଲ୍ମରେ ସାରାଙ୍କ କ୍ୟାରେକ୍ଟରର ନାମ ରହିଛି ଜୋୟ । ଇମତିଆଜଙ୍କ 2009 ଫିଲ୍ମ ଲଭ ଆଜ କଲର ଏହା ରିମେକ । ସେତେବେଳେ ସୈଫ-ଦୀପିକାଙ୍କ ଫିଲ୍ମ ଖୁବ ଚର୍ଚ୍ଚାରେ ଥିଲା । ନୂଆ ଫିଲ୍ମ ମଧ୍ୟ ସମାନ କାହାଣୀ 2 ଯୁଗର ଲଭଷ୍ଟୋରୀ ଉପରେ ଆଧାରିତ । ଫିଲ୍ମ ପାଇଁ ସାରା ଏକଦମ ସଠିକ ଚଏସ ବୋଲି ଅଲ୍ଲୀ କହିଛନ୍ତି । ସାରାଙ୍କ ପାଖରେ ପାରମ୍ପରିକ ଭାରତୀୟ ହିରୋଇନ ହେବାର କ୍ବାଲିଟି ରହିଛି । ଆଗରୁ ଯେପରି ଦେଶୀ ବଲିଉଡ ହିରୋଇନ ଥିଲେ ସାରା ସେମାନଙ୍କ ଅବତାରକୁ ପୁଣି ଫେରାଇ ଆଣିପାରିବେ ବୋଲି ସେ କହିଛନ୍ତି ।

ଫିଲ୍ମ ବିଷୟରେ ଇମତିଆଜ କହିଛନ୍ତି ଯେ ଜୋୟ କ୍ୟାରେକ୍ଟର ତାଙ୍କ ପାଇଁ ସ୍ବତନ୍ତ୍ର । ଜୋୟ ଏକ ଆଧୁନିକା ଝିଅ ଯିଏ ନିଜ ଭାବନାକୁ ଅନେକ ସମ୍ମାନ ଦିଏ । ଏହାକୁ ଅଟକାଇବା ପାଇଁ ସେ ନିଜକୁ କଠୋର ବନାଇଦିଏ କିନ୍ତୁ ଭିତରୁ ସେ ପୁରା ନରମ ରହିଥାଏ । ନିଜ ମାଇଣ୍ଡ ଓ ହାର୍ଟ ଭିତରେ ସେ ଛନ୍ଦି ହୋଇଯାଏ । ଏପରିକି ନିଜର ପେସାଦାର କ୍ୟାରିୟର ଓ ରୋମାଣ୍ଟିକ ଲାଇଫ ମଧ୍ୟରେ ମଧ୍ୟ ସେ କନଫ୍ୟୁଜ ହୋଇଯାଏ ।

ଆଉ ସୁଟିଂବେଳେ ଏହି କ୍ୟାରେକ୍ଟର ଭିତରେ ସାରା ପୁରା ମଜ୍ଜି ଯାଇଥିଲେ । କାରଣ ଭାବାବେଗ ପ୍ରକାଶ କରିବାରେ ସେ ପୁରା ମାହିର । ସାରାଙ୍କ ଲୁକ, ଭଏସ, ପୋଜ ସବୁକିଛି ତ୍ରୁଟିଶୂନ୍ୟ । ଜଣେ ଆକ୍ଟ୍ରେସ ହେବାର ସବୁ ଗୁଣ ତାଙ୍କୁ ଉପହାର ଭାବେ ମିଳିଯାଇଛି । ଖୁବଶିଘ୍ର ପରିସ୍ଥିତିକୁ ବୁଝି ସେ ଆକ୍ଟିଂରେ ମଜ୍ଜି ଯାଆନ୍ତି । ଲଭ ଆଜ କଲର ଜୋୟ ଲାଗି ସେ ଏକଦମ ପରଫେକ୍ଟ ଚଏସ । ତାଙ୍କ ସହ କାମ କରି ବହୁତ କିଛି ଶିକ୍ଷା ମିଳିଲା ବୋଲି ଇମତିଆଜ କହିଛନ୍ତି । ଆଗକୁ ସାରାଙ୍କ ସହ ବାରମ୍ବାର କାମ କରିବାର ସୁଯୋଗ ମିଳିବ ବୋଲି ସେ ଆଶା ରଖିଛନ୍ତି ।

ଫେବୃୟାରୀ 14 ଭାଲେଣ୍ଟାଇନ ଡେ ଅବସରରେ ଫିଲ୍ମଟି ରିଲିଜ ହେଉଛି । ଲଭଷ୍ଟୋରୀର ଏକ ନୂଆ କାହାଣୀ ଫିଲ୍ମ ଦ୍ବାରା ଦର୍ଶକ ଦେଖିବାକୁ ପାଇବେ । ସାରା-କାର୍ତ୍ତିକଙ୍କ ବ୍ୟତୀତ ରଣଦୀପ ହୁଦା ଓ ନବାଗତ ଆରୁଷି ଶର୍ମା ଏଥିରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details