ୱାଶିଂଟନ: ଆମେରିକାରେ ଜାତିଆଣ ବିରୋଧରେ ବିକ୍ଷୋଭ ତୀବ୍ର ହୋଇଛି । ସାଧାରଣ ଲୋକଙ୍କଠାରୁ ସେଲିବ୍ରିଟି ସମସ୍ତେ ଏହାକୁ ସମର୍ଥନ ଦେଉଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ହ୍ୟାରୀ ପୋଟର ଷ୍ଟାର ଇମ୍ମା ୱାଟସନ ।
ବୁଧବାର ଇନଷ୍ଟାଗ୍ରାମରେ ସେ ଏହା ଉପରେ ଏକ ଲେଖା ଲେଖିଛନ୍ତି । ଇମ୍ମା କହିଛନ୍ତି ଯେ ଜାତିଆଣ ଭେଦଭାବ ଅତୀତରୁ ବର୍ତ୍ତମାନ ଯାଏଁ ଲାଗି ରହିଛି । ଯେଉଁ ସମ୍ପ୍ରଦାୟର ଲୋକ ଅଧିକ ସେମାନେ ଅନ୍ୟ ଉପରେ ଅତ୍ୟାଚାର କରିଛନ୍ତି । ଦୁର୍ବଳ ଶ୍ରେଣୀ ଉପରେ ନିଜର ପ୍ରଭାବ ଜବରଦସ୍ତ ପକାଇଛନ୍ତି । କୃଷ୍ଣକାୟ ସମ୍ପ୍ରଦାୟ ଏଠାରେ ଅନେକ ଦିନ ଧରି ଅତ୍ୟାଚାରିତ ହୋଇଛନ୍ତି । ଗୋରା ଶ୍ରେଣୀର ଲୋକଙ୍କୁ ଅଧିକ ସୁବିଧା ମିଳିଥାଏ ବୋଲି ଇମ୍ମା ପୋଷ୍ଟରେ କହିଛନ୍ତି ।