ଅମ୍ରିତସର: ବିଗ ବସ 13 ଫେମ ହିମାଂଶୀ ଖୁରାନା ନିଜ ନୂଆ ଗୀତ ସମ୍ପର୍କରେ ଏକ ନିଆରା ଅନ୍ଦାଜରେ ଖବର ଦେଇଛନ୍ତି । ନିଜ ଟ୍ରୋଲର୍ସଙ୍କୁ ଗୀତ ଲେଖି ସେ ନୂଆ ଭିଡିଓର ନାମ କହିଛନ୍ତି । ଟ୍ବିଟରରେ ସେ ଏହି ସୂଚନା ଦେଇଛନ୍ତି ।
ଦୂରତା ବଢାଇବେ ହିମାଂଶୀ !
ବିଗ ବସ ପରେ ହିମାଂଶୀ ଓ ଅସିମ ଏକ ଭିଡିଓରେ ନଜର ଆସିଥିଲେ । ଗୀତର ଟାଇଟେଲ ଥିଲା କାଲା ସୋନା ନାଇ ଏବଂ ଏହାକୁ ଗାଇଥିଲେ ନେହା କକ୍କର । ଅଧିକ ପଢନ୍ତୁ...
ସେ ଲେଖିଛନ୍ତି ଯେ ତାଙ୍କ ଲାଟେଷ୍ଟ ଗୀତ ପରେ ଏବେ ହେଟର୍ସଙ୍କ ତାଲିକାରେ ଆଉ ଏକ ଗୀତ ଯୋଡି ଦେଉଛି । ଡିସଟାନ୍ସ ସଙ୍ଗ ଖୁବଶିଘ୍ର ଆସୁଛି ବୋଲି ସେ ଟ୍ବିଟ କରିଛନ୍ତି । ଡିସଟାନ୍ସ ବା ଦୂରତା ତାଙ୍କ ଆଗାମୀ ଭିଡିଓର ନାମ । ବିଗ ବସ ସମୟରେ ଅସିମଙ୍କ ସହ ତାଙ୍କ ଲଭଷ୍ଟୋରୀ ଯୋଗୁଁ ସେ ନିଜ ପ୍ରେମିକାଙ୍କ ସହ ନିର୍ବନ୍ଧ ଭାଙ୍ଗିଦେଇଥିଲେ । ଏହାପରେ ତାଙ୍କୁ ଅନେକ ସମୟରେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଏ । ନିଜ କ୍ରିଟିକ୍ସଙ୍କୁ ମଧ୍ୟ ସେ ସବୁବେଳେ କଡା ଜବାବ ଦିଅନ୍ତି । ଅସିମ ମଧ୍ୟ ତାଙ୍କ ସାଥ ସବୁବେଳେ ଦେଇଥାନ୍ତି ।
ବିଗ ବସ ପରେ ହିମାଂଶୀ ଓ ଅସିମ ଏକ ଭିଡିଓରେ ନଜର ଆସିଥିଲେ । ଗୀତର ଟାଇଟେଲ ଥିଲା କାଲା ସୋନା ନାଇ ଏବଂ ଏହାକୁ ଗାଇଥିଲେ ନେହା କକ୍କର । ଅସୀମ ମଧ୍ୟ ଜ୍ୟାକଲିନଙ୍କ ସହ ମେରେ ଅଙ୍ଗନେ ମେ ରେ ନଜର ଆସିଥିଲେ ।