ନୂଆଦିଲ୍ଲୀ: ଚଳଚ୍ଚିତ୍ର ସୁଟିଂକୁ ନେଇ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ASI) ପକ୍ଷରୁ ଚିହ୍ନଟ ସମସ୍ତ ଐତିହ୍ୟସ୍ଥଳୀରେ ମାଗଣା ଚଳଚ୍ଚିତ୍ର ସୁଟିଂକୁ ଅନୁମତି ପ୍ରଦାନ କରିଛି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ । ଦର୍ଶନୀୟ ସ୍ଥାନ ଓ ବିଶ୍ବ ଐତିହ୍ୟ ସ୍ଥଳକୁ ବାଦ ଦେଇ ଅନ୍ୟ ସମସ୍ତ ଐତିହ୍ୟସ୍ଥଳୀରେ 75 ତମ ସ୍ବାଧିନତା ଦିବସ ତଥା ଅଗଷ୍ଟ 15 ପର୍ଯ୍ୟନ୍ତ କରିହେବ ମାଗଣା ଫିଲ୍ମ ସୁଟିଂ ।
ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଐତିହ୍ୟ, ଜାତୀୟ ଭାଷା ପ୍ରୋତ୍ସାହନ, ଭାରତୀୟ ପରମ୍ପରା ଏବଂ ସଂସ୍କୃତି, ସ୍ବାଧୀନତା ସଂଗ୍ରାମୀ, ସ୍ବାଧୀନତା ସଂଗ୍ରାମ, ଲୋକ ସଂଗୀତ ଏବଂ ଭାଷା ଓ ପର୍ଯ୍ୟଟନ ସହିତ ଜଡିତ ପ୍ରୋଜେକ୍ଟ ଉପରେ କାର୍ଯ୍ୟ କରୁଥିବା ସଂସ୍ଥାଗୁଡିକୁ ଏଏସଆଇ ଐତିହ୍ୟ ସ୍ଥଳରେ ଫଟୋଗ୍ରାଫ କିମ୍ବା ଭିଡିଓ ସୁଟିଂ ପାଇଁ ଦେୟ ପ୍ରଦାନ କରିବାକୁ ପଡିବ ନାହିଁ । ଏଏସଆଇ ପକ୍ଷରୁ ଶୁକ୍ରବାର ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀରୁ ଏହି ସୁବିଧା ଆରମ୍ଭ ହୋଇଛି ।