ହାଇଦ୍ରାବାଦ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ (ଜିଏଚ୍ଏମ୍ସି) ମତଦାନ ମଙ୍ଗଳବାର ସକାଳ 7 ଟାରୁ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ମତଦାନ କରିବେ । ଜିଏଚ୍ଏମ୍ସିର 150 ଟି ବିଭାଗରେ 1 ହଜାର 122 ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ସ୍ଥିର କରିବାକୁ 74 ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ଫ୍ରାଞ୍ଚାଇଜ୍ ବ୍ୟବହାର କରିବେ । ଏଥିରେ ସାମିଲ ଅଛନ୍ତି ରାଜନେତାଙ୍କଠୁ ନେଇ ସାଉଥ ସେଲିବ୍ରିଟି ମଧ୍ୟ ।
ଜିଏଚଏମ୍ସି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ବର୍ତ୍ତମାନ ଚାଲିଛି । ମନ୍ତ୍ରୀ କେ.ଟି ଆର, କେନ୍ଦ୍ର ମନ୍ତ୍ରୀ କିଶାନ ରେଡ୍ଡୀ, ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସୀଙ୍କ ମଧ୍ୟ ମତଦାନ କରିଛନ୍ତି ।