ମୁମ୍ବାଇ: ହଲିଉଡ ଆକ୍ଟର କ୍ରିଷ୍ଟୋଫର ହିଭଜୁ ବ୍ଲକବଷ୍ଟର ଫିଲ୍ମ ‘ଗେମ ଅଫ ଥ୍ରୋନ୍ସ’ ଜରିଆରେ ଦର୍ଶକଙ୍କ ମନ କିଣିଥିଲେ। ସେ ଫିଲ୍ମରେ ଟରମଣ୍ଡ ଗିଣ୍ଟସବେନ ଭୂମିକାରେ ନଜର ଆସିଥିଲେ। ଇତିମଧ୍ୟରେ ତାଙ୍କ ଫ୍ୟାନ୍ସଙ୍କୁ ଗୁଡନ୍ୟୁଜ ମିଳିଛି। ଯାହା ଶୁଣି ଖୁସି ହୋଇଯିବେ ସମସ୍ତେ।
ଆଜ୍ଞା ହଁ, ସେ କୋରୋନା ଭାଇରସ ଲଢେଇରେ ବିଜୟ ହାସିଲ କରିଛନ୍ତି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ବୋଲି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସୂଚନା ଦେଇଛନ୍ତି।