ଭୁବନେଶ୍ବର: ଜବରଦସ୍ତ କମେଡି ନେଇ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ସହ ବଡ ପରଦାକୁ ଆସୁଛନ୍ତି ଓଲିଉଡର ଚକୋଲେଟି ହିରୋ ସବ୍ୟସାଚୀ । ସାଥୀରେ ଅଭିନେତ୍ରୀ ଏଲିନା ସାମନ୍ତରାୟ ରହିଥିବା ବେଳେ ରିଲିଜ ହୋଇଛି ଫିଲ୍ମର ଟ୍ରେଲର । ଟ୍ରେଲରରେ ସବ୍ୟସାଚୀଙ୍କର ହଟକେ ଲୁକ୍ ଦେଖିବାକୁ ମିଳିଛି ।
ଜବରଦସ୍ତ କମେଡି ସହ ଆସୁଛି ‘ମାଲ ମହୁ ଜୀବନ ମାଟି’ - ମାଲ ମହୁ ଜୀବନ ମାଟି
ଜବରଦସ୍ତ କମେଡି ନେଇ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ ସହ ବଡ ପରଦାକୁ ଆସୁଛନ୍ତି ଓଲିଉଡର ଚକଲେଟି ହିରୋ ସବ୍ୟସାଚୀ ।
![ଜବରଦସ୍ତ କମେଡି ସହ ଆସୁଛି ‘ମାଲ ମହୁ ଜୀବନ ମାଟି’](https://etvbharatimages.akamaized.net/etvbharat/prod-images/768-512-4668406-thumbnail-3x2-movie.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫିଲ୍ମରେ ଅପରାଜିତା ମହାନ୍ତି, କୁନା ତ୍ରିପାଠୀଙ୍କ ସହ ମିହିର ଦାସଙ୍କ ଭଳି ଅଭିନେତା ଅଭିନେତ୍ରୀ ମଧ୍ୟ ରହିଛନ୍ତି । ଅମର ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ସମ୍ଭାଳିଛନ୍ତି ନବୀନ ଭଣ୍ଡାରୀ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ