ଓଡିଶା

odisha

By

Published : Aug 22, 2019, 2:22 PM IST

ETV Bharat / sitara

‘ପ୍ରସ୍ଥାନମ’ରେ ଜ୍ୟାକି ଶ୍ରଫ ଲୟାଲ ଗାର୍ଡ ଲୁକ

‘ପ୍ରସ୍ଥାନମ’ରେ ଜ୍ୟାକି ଶ୍ରଫଙ୍କ ପ୍ରଥମ ଲୁକକୁ ରିଲିଜ କରାଯାଇଛି । 2010 ସାଉଥ ପଲିଟିକାଲ ଥ୍ରୀଲର ଫିଲ୍ମର ରିମେକ ‘ପ୍ରସ୍ଥାନମ’ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ପୁଣି ସିଲଭର ସ୍କ୍ରିନକୁ ଫେରୁଛନ୍ତି ଜ୍ୟାକି ଶ୍ରଫ । ଫିଲ୍ମ ପ୍ରସ୍ଥାନମ ଜରିଆରେ ପୁଣି ଜ୍ୟାକିଙ୍କ ଆରୋଗାଣ୍ଟ ଲୁକ ଦେଖିବାକୁ ମିଳିବ । ଫିଲ୍ମର ଏକ ପୋଷ୍ଟର ରିଲିଜ କରାଯାଇଛି ଯେଉଁଥିରେ ଜ୍ୟାକିଙ୍କୁ କଳା ରଙ୍ଗର ଆଉଟଫିଟରେ ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ଏ ଏନ ଆଇ

ତେଲୁଗୁ ଫିଲ୍ମ ‘ପ୍ରସ୍ଥାନମ’ର ଏହା ହିନ୍ଦୀ ରିମେକ । ସଞ୍ଚୟ ଦତ୍ତଙ୍କ ସମେତ ମନିଷା କୋଏରାଲାଙ୍କୁ ମଧ୍ୟ ଫିଲ୍ମରେ ଦେଖିବାକୁ ମିଳିବ । ଅନ୍ୟପକ୍ଷେ ଅଲି ଫଜଲଙ୍କ ଲୁକ ମଧ୍ୟ ଦେଖିବାକୁ ମିଳିଛି । ଫିଲ୍ମକୁ ସେପ୍ଟେମ୍ବର 20ରେ ରିଲିଜ କରାଯିବ ।

ଫଟୋ ସୌଜନ୍ୟ: ଏ ଏନ ଆଇ

2010ର ତେଲୁଗୁ ପଲିଟିକାଲ ଥ୍ରୀଲର ଫିଲ୍ମର ହିନ୍ଦୀ ରିମେକ । ଫିଲ୍ମର ପ୍ରଯୋଜନା ଦେଉଛନ୍ତି ମାନ୍ୟତା ଦତ୍ତ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଦେବ କୁଟା ।

ABOUT THE AUTHOR

...view details