କଟକ: ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡିଆନ ପପୁ ପମପମଙ୍କ ବିରୋଧରେ ରୁଜୁ ହେଲା ମାମଲା । ନିଶ୍ଚିତକୋଇଲି ଥାନାରେ ପପୁଙ୍କ ବିରୋଧରେ ମାମଲା ରୁଜୁ କଲେ ନିଶ୍ଚିତକୋଇଲି ନାଗରିକ ସଙ୍ଗଠନ । ରାତାରାତି ଷ୍ଟାର ପାଲଟିଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଳକୁ ଅପମାନ କରି ତାଙ୍କ ସମ୍ମାନକୁ ପପୁ ହାନି ପହଞ୍ଚାଇଥିବା ଅଭିଯୋଗ ଆଣିଛି ନାଗରିକ ମଞ୍ଚ। । ଏହି ସଙ୍ଗଠନର କର୍ମୀମାନେ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି ।
ପପୁଙ୍କ ନାଁରେ ଥାନାରେ ମାମଲା - ରାନୁ ମଣ୍ଡଲ
ଜେଲ ଯିବେ ପପୁ ପମପମ । ତାଙ୍କ ନାମରେ ରୁଜୁ ହେଲା ମାମଲା । ନିଶ୍ଚିତକୋଇଲି ଥାନାରେ ପପୁଙ୍କ ବିରୋଧରେ ଏଫଆଇଆର ରୁଜୁ ।
![ପପୁଙ୍କ ନାଁରେ ଥାନାରେ ମାମଲା](https://etvbharatimages.akamaized.net/etvbharat/prod-images/768-512-4261245-thumbnail-3x2-pappujpeg.jpg)
ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଘଟଣାର ତଦନ୍ତ କରି ପପୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛି ଏହି ସଙ୍ଗଠନ। ପ୍ରକାଶ ଥାଉକି ରାନୁ ମଣ୍ଡଳଙ୍କର ଏକ ନକଲ ଭିଡିଓ ପ୍ରସ୍ତୁତ କରି ହାସ୍ୟ ଅଭିନେତା ପପୁ ପମ ପମ ସୋସିଆଲ ମିଡିଆରେ ଛାଡ଼ି ଥିଲେ । ଯାହା ପରେ ଦେଖାଦେଇଛି ବିବାଦ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ