ଭୁବନେଶ୍ବର: ନିକଟରେ ରିଲିଜ ହୋଇଥିବା ସୁପରଷ୍ଟାର ହ୍ରିତିକ ରୋଶନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ସୁପର 30' ବର୍ତ୍ତମାନ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଫିଲ୍ମଟି ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ । ଯିଏ ଗରିବ ପିଲାଙ୍କୁ ମାଗଣାରେ ପାଠ ପଢାଇ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଥାନ୍ତି ।
ଫିଲ୍ମରେ ଆନନ୍ଦଙ୍କ ଭୂମିକାରେ ଶାନଦାର ଅଭିନୟ କରିଛନ୍ତି ହ୍ରିତିକ । ଇତିମଧ୍ୟରେ ଓଡ଼ିଶା ମାଟିରେ ପାଦ ଥାପିଛନ୍ତି ସୁପର 30ର ରିୟଲ ହିରୋ ଆନନ୍ଦ । ଯାହାଙ୍କ ସହ ଇଟିଭି ଭାରତ ତରଫରୁ ନିଆଯାଇଛି ଏକ ସ୍ବତନ୍ତ୍ର ସାକ୍ଷାତକାର ।