ଲକ୍ଷ୍ନୌ:ପେନସନଧାରୀ ବଞ୍ଚିଛନ୍ତି ବୋଲି ପ୍ରମାଣ ଦେବାକୁ ପଡୁଛି । ସରକାରୀ କାର୍ଯ୍ୟାଳୟର କାଗଜପତ୍ରରେ ମୃତ୍ୟୁ ଘୋଷଣା କରାଯାଉଛି ପେନସନଧାରୀଙ୍କୁ । ଫଳରେ ସେମାନଙ୍କୁ ପେନସନ ମିଳିବାରେ ବହୁତ ଅସୁବିଧା ହେଉଛି । ଏହିପରି ଘଟଣା ଘଟିଛି ଉତ୍ତରପ୍ରଦେଶର ମିର୍ଜାପୁର ଅଞ୍ଚଳରେ ।
ସୂଚନାଅନୁସାରେ, ମିର୍ଜାପୁରରେ ଜଣେ କି ଦୁଇଜଣ ନୁହଁନ୍ତି ତିିନି ତିିନି ଜଣ ପେନସନଧାରୀଙ୍କୁ ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ ପଡୁଛି । ଦୀର୍ଘ 20ବର୍ଷ ହେବ ସେ ସରକାରୀ କାର୍ଯ୍ୟାଳୟକୁ ଦୌଡୁଛନ୍ତି ନିଜକୁ ଜୀବିତ ବୋଲି ପ୍ରମାଣିତ କରିବାକୁ । ମାତ୍ର ଏ ଯାଏଁ କୌଣସି ସୁଫଳ ମିଳିନାହିଁ । 70ବର୍ଷୀୟ ରଘୁନାଥ ଗୁପ୍ତା ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ । ସେଠାରେ ଥିବା କ୍ୟାସିୟର ତାଙ୍କୁ ମୃତ ବୋଲି କହିଥିଲେ । ଅନ୍ୟଜଣେ ବ୍ୟକ୍ତି ହେଲେ 72ବର୍ଷୀୟ କବୀର ଦାସ ବିନ୍ଦଙ୍କୁ ମଧ୍ୟ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି ।