ଭୁବନେଶ୍ବର: କିଛି ଦିନ ପୂର୍ବରୁ ସ୍ପ୍ରିଣ୍ଟର ଦୂତି ଚାନ୍ଦ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ସମଲିଙ୍ଗି ସମ୍ପର୍କର ଖୁଲାସା ପରେ ଲାଇମଲାଇଟକୁ ଆସିଥିଲେ ଦୂତି । ସେପଟେ ତାଙ୍କ ଜୀବନକୁ ନେଇ ବଲିଉଡରେ ବାୟୋପିକ ନିର୍ମିତ ଖବର ଶୁଣିବାକୁ ମିଳିଥିଲା । କିନ୍ତୁ ଏସବୁରେ ଫୁଲଷ୍ଟପ ଲଗାଇଛନ୍ତି ଦୂତି ।
ଦୂତିଙ୍କ ବାୟୋପିକରେ ଫୁଲଷ୍ଟପ ! - biopic
ନିଜ ବାୟୋପିକକୁ ନେଇ ମୁହଁ ଖୋଲିଲେ ଦୂତି ଚାନ୍ଦ । ଏବେ ଅଲମ୍ପିକରେ ଫୋକସ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ଏକ ସାକ୍ଷାତକାରରେ କହିଲେ ଦୂତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଇତିମଧ୍ୟରେ ସେ ନିଜ ବାୟୋପିକକୁ ନେଇ ବଡ ବୟାନ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଫିଲ୍ମକୁ ନେଇ ସ୍ପଷ୍ଟ କରିଛନ୍ତି । ଆଗକୁ ଅଲମ୍ପିକ ଥିବାରୁ ସେ ଫିଲ୍ମରୁ ଦୂରରେ ରହିବାକୁ ଚାହାନ୍ତି । ଅଲମ୍ପିକ ପାଇଁ ଅଭ୍ୟାସରେ ଅଧିକ ଫୋକସ କରିବା ସହ ଦେଶକୁ ପୁଣି ଗର୍ବିତ କରିବା ଆଶା ରଖିଛନ୍ତି ଦୂତି । ଅନ୍ୟପଟେ ଓମ ପ୍ରକାଶ ମେହେରା ଓ ଅନିଲ କପୁର ପ୍ରଡକ୍ସନରୁ ଦୂତିଙ୍କ ବାୟୋପିକ ପାଇଁ ପୂର୍ବରୁ ଅଫର ମିଳିଥିଲେ ସୁଦ୍ଧା ସମୟ ଅଭାବରୁ ସେ ଏଥିରୁ ଦୂରରେ ଥିବା ଖୁଲାସା କରିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Jun 29, 2019, 12:05 AM IST