ହାଇଦ୍ରାବାଦ: ଦୁଇ ବର୍ଷ ପରେ ମାଲାୟାଲମ୍ ଅଭିନେତା ଦଲକିର୍ ସଲମାନ ବଲିଉଡକୁ ଫେରିବେ । ମାଲାୟାଲମ୍ ସିନେମାର ଲୋକପ୍ରିୟ ତାରକା ତାଙ୍କର ପୂର୍ବ ହିନ୍ଦୀ ଫିଲ୍ମରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ । ନିର୍ଦ୍ଦେଶକ ଆର ବାଲ୍କିଙ୍କ ଆଗାମୀ ପ୍ରୋଜେକ୍ଟରେ ତାଙ୍କୁ ଦେଖିବାକୁ ମିଳିବ ।
ଚଳିତ ବର୍ଷ ପ୍ରଥମ ତ୍ରୟ ମାସ ମଧ୍ୟରେ ଆର୍.ବାଲ୍କିଙ୍କ ସହ ଦଲକିର୍ କାମ କରିବେ ବୋଲି ସୂତ୍ରରୁ ପ୍ରକାଶ ପାଇଛି । ଏକ ୱେବଲଏଡ୍ ରିପୋର୍ଟ ଅନୁଯାୟୀ, ପା, ଚିନି କମ୍ ଏବଂ କି ଆଣ୍ଡ କା ଭଳି ସ୍ଲାଇସ୍ ଅଫ୍ ଲାଇଫ୍ ଡ୍ରାମା ପାଇଁ ଜଣାଶୁଣା ବଲ୍କି ଏକ ଦୀର୍ଘ ସମୟ ପରେ ଥ୍ରୀଲର୍ ଫିଲ୍ମ ନିର୍ମାଣ କରିବାକୁ ଯୋଜନା ରଖିଛନ୍ତି । ତେବେ ଏହି ଫିଲ୍ମରେ ଦଲକିର୍ ସଲମାନ ଉପଯୁକ୍ତ ହେବେ ବୋଲି ନିର୍ମାତାଙ୍କ ମତ ।