ଓଡିଶା

odisha

ETV Bharat / sitara

ଅଡୁଆରେ YO YO, କୋର୍ଟଙ୍କ ଦ୍ବାରସ୍ଥ ପତ୍ନୀ - ବଲିଉଡ ସିଙ୍ଗର ୟୋ ୟୋ ହନି ସିଂହ

ବଲିଉଡ ସିଙ୍ଗର ୟୋ ୟୋ ହନି ସିଂହଙ୍କ ବିରୋଧରେ ପତ୍ନୀ ଆଣିଲେ ଘରୋଇ ହିଂସା ଅଭିଯୋଗ । ନୋଟିସ ଜାରି କଲା କୋର୍ଟ । ଅଧିକ ପଢନ୍ତୁ...

domestic violance case against Bollywood singer Yo Yo Honey Singh
ବଲିଉଡ ସିଙ୍ଗର ୟୋ ୟୋ ହନି ସିଂହ ବିରୋଧରେ ପତ୍ନୀ ଆଣିଲେ ଘରୋଇ ହିଂସା ଅଭିଯୋଗ

By

Published : Aug 3, 2021, 7:13 PM IST

Updated : Aug 3, 2021, 7:18 PM IST

ନୂଆଦିଲ୍ଲୀ :ବଲିଉଡର ସିଙ୍ଗର ତଥା ରାପର ୟୋ ୟୋ ହନି ସିଂହ (ହ୍ରିଦେଶ ସିଂହ ) ଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ପତ୍ନୀ ସାଲିନୀ ତଲୱାର ସିଂ ସ୍ବାମୀଙ୍କ ନାଁରେ ଘରୋଇ ହିଂସା ମାମଲା ରୁଜୁ କରିଛନ୍ତି । ଏନେଇ ତାଙ୍କ ପତ୍ନୀ ଦିଲ୍ଲୀ ତିସ ହଜାରୀ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ବଲିଉଡ ସିଙ୍ଗର ୟୋ ୟୋ ହନି ସିଂହ ଓ ପରିବାର ବିରୋଧରେ ଯୌନଶୋଷଣ, ମାନସିକ ନିର୍ଯ୍ୟାତନା ଓ ଆର୍ଥିକ ଉତ୍ପୀଡନର ଅଭିଯୋଗ ଆଣିଛନ୍ତି ସାଲିନୀ ତଲୱାର । ମଙ୍ଗଳବାର ଦିଲ୍ଲୀରେ ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ସାଲିନି ତଲୱାର ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଧାରା ( under the Protection of Women from Domestic Violence Act) ଅଧିନରେ ଯାଚିକା ଦାୟର କରିଥିଲେ । ଆଜି ଦିଲ୍ଲୀ ତିସ ହଜାର କୋର୍ଟ ହନି ସିଂହଙ୍କୁ ଏହି ମାମଲାରେ ନୋଟିସ ଜାରି କରିଛନ୍ତି । ଆସନ୍ତା ୨୮ ତାରିଖରେ କୋର୍ଟରେ ଉତ୍ତର ରଖିବା ପାଇଁ ନୋଟିସ ଜାରି କରିଛନ୍ତି ।

ସୂଚନାଥାଉକି ବଲିଉଡର ପ୍ରତିଷ୍ଠିତ ସିଙ୍ଗର ୟୋ ୟୋ ହନି ସିଂହ ଓ ସାଲିନ ତଲୱାର ଦୀର୍ଘ ଦିନର ପ୍ରେମ ସମ୍ଫର୍କ ପରେ ୨୦୧୧ରେ ବିବାହ କରିଥିଲେ। ବିବାହର ଦୀର୍ଘ ୧୦ ବର୍ଷ ବିତିବା ପରେ ଦୁହିଁଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି ହୋଇଛି ।

@ANI

Last Updated : Aug 3, 2021, 7:18 PM IST

ABOUT THE AUTHOR

...view details