ଓଡିଶା

odisha

ETV Bharat / sitara

ବ୍ରାଇଡଲ ଲୁକରେ ଫେମସ ଡାନ୍ସ ସପନା, ଭାଇରାଲ ଫଟୋ - ଇଣ୍ଟରନେଟରେ ଛାଇଲା ସପନା ଚୌଧୁରୀଙ୍କ ବୋହୂ ଅବତାର

ଇଣ୍ଟରନେଟରେ ଛାଇଲା ସପନା ଚୌଧୁରୀଙ୍କ ବୋହୂ ଅବତାର। ଫ୍ୟାନଙ୍କ ପାଟିରୁ ବାହାରିଲା ବାଃ ବଃ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସପନା ଚୌଧୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସପନା ଚୌଧୁରୀ

By

Published : May 20, 2020, 8:33 PM IST

ମୁମ୍ବାଇ: କୋରୋନା ଭାଇରସ ସହ ଲଢୁଛି ପୁରା ଦେଶ। ଏମିତି ପରିସ୍ଥିତିରେ ଲକଡାଉନ ପାଇଁ ଘରେ ବନ୍ଦ ଥିବା ଦର୍ଶକଙ୍କୁ ମନୋରଞ୍ଜନ କରିବାରେ କୌଣସି ହେଳା କରୁନାହାଁନ୍ତି ସେଲିବ୍ରିଟି। ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ସେୟାର କରି ଫ୍ୟାନ୍ସଙ୍କ ସହ ସମ୍ପୃକ୍ତ ରହୁଛନ୍ତି ଷ୍ଟାର୍ସ । ଏମିତି କିଛି ଦେଖିବାକୁ ମିଳଛି ଏବେ ହରିୟାଣାର ଲୋକପ୍ରିୟ ଡାନ୍ସର, ସିଙ୍ଗର ତଥା ବିଗ ବସ ସିଜନ 12ର ଏକ୍ସ ପ୍ରତିଯୋଗୀ ସପନା ଚୌଧୁରୀ। ଲକଡାଉନରେ ବୋହୂ ଅବତାର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ସେ।

ଇନଷ୍ଟାଗ୍ରାମରେ ନିଜର ବ୍ରାଇଡଲ ଲୁକ ସେୟାର କରି ଇଣ୍ଟରନେଟରେ ଏବେ ସେ ଚହଳ ସୃଷ୍ଟି କରିଛନ୍ତି। ସେ ନିକଟରେ ବ୍ରାଇଡଲ ଲୁକରେ ନିଜର ଶାନଦାର ଫଟୋସୁଟ କରିଥିଲେ। ଯାହାର କିଛି ଫଟୋ ସେୟାର ଫ୍ୟାନ୍ସଙ୍କ ପାଇଁ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ସବୁ ଛୋଟ ପରିବର୍ତ୍ତନ ବଡ ସଫଳତାର ଅଂଶ ହୋଇଥାଏ।’

ଯଦି ତାଙ୍କ ଲୁକ୍ସ ବିଷୟରେ କଥା ହେବା ତେବେ ସେ ହ୍ବାଇଟ କଲରର ଲେହେଙ୍ଗା ପିନ୍ଧିଛନ୍ତି। ହେଭି ନେକପିସ, ହେୟାରରିଙ୍ଗସ ନୋଥ ଓ ମାଥାମଣି ଲକାଇ ଖୁବ୍ ସୁନ୍ଦର ଲାଗୁଛନ୍ତି। ଯାହା ତାଙ୍କ ଫ୍ୟାନ୍ସଙ୍କୁ ପୁଣି ଦିୱାନା କରିଦେଇଛି। ଆପଣ ମଧ୍ୟ ଦେଖନ୍ତୁ ତାଙ୍କ ଏହି ଫଟୋ...

ABOUT THE AUTHOR

...view details