ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା-ଦି ରାଇଜ ପାର୍ଟ ୧' ଫିଲ୍ମକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଏହି ଫିଲ୍ମର ସୁପରହିଟ ଟ୍ରାକ୍ 'ଶ୍ରୀବଲ୍ଲି' ଖାଲି ଦେଶର କୋଣ ଅନୁକୋଣରେ ଲୋକପ୍ରିୟତା ହାସଲ କରିନି ବରଂ ଏହାର ଲୋକପ୍ରିୟତା ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି । ଯାହାର ପ୍ରମାଣ ଦେଇଛନ୍ତି ଅଷ୍ଟ୍ରେଲିଆର କ୍ରିକେଟର ଡେଭିଡ଼୍ ୱାର୍ଣ୍ଣର । ସେ ଏହି ଗୀତର ସିଗ୍ନେଚର ଷ୍ଟେପରେ ଡ୍ୟାନ୍ସ କରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି, ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି ।
ଶ୍ରୀବଲ୍ଲି ଗୀତରେ ଅଲ୍ଲୁ ଅର୍ଜୁନଙ୍କ ଡ୍ୟାନ୍ସ ଷ୍ଟେପକୁ ଦର୍ଶକଙ୍କ ସମେତ ସେଲିବ୍ରିଟିଙ୍କୁ ଖୁବ ପସନ୍ଦ ଆସିଛି । ଏଥିରେ ସୋସିଆଲ ଇନଫ୍ଲୁଏନ୍ସର ରିଲ୍ସ ବନାଉଥିବା ବେଳେ ଏଥିରୁ ବାଦ ପଡ଼ିନାହାନ୍ତି କ୍ରିକେଟର ୱାର୍ଣ୍ଣର । ୱାର୍ଣ୍ଣର ଭାରତର ଫିଲ୍ମ ଇଣ୍ଡଷ୍ଟ୍ରିର ଗୀତକୁ ଖୁବ ପସନ୍ଦ କରୁଥିବା ବେଳେ ଏଥିରେ ଡ୍ୟାନ୍ସ ମଧ୍ୟ କରିଥାନ୍ତି । ଏହାରି ମଧ୍ୟରେ ସେ ଏହି ଗୀତରେ ମଧ୍ୟ ନିଜ ଡ୍ୟାନ୍ସର ଝଲକ ଦେଖାଇଛନ୍ତି । ସେ ଏହି ଭିଡ଼ିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।