ମୁମ୍ବାଇ: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ ନିର୍ମାଣ ହେଉଥିବା ଫିଲ୍ମ ‘ଗୁମନାମୀ’କୁ ନେଇ ତାଙ୍କ ପରିବାର କଡା ଆପତ୍ତି ପ୍ରକାଶ କରିଛନ୍ତି । ଏହି ଫିଲ୍ମ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଶ୍ରୀଜିତ ମୁଖାର୍ଜୀ ନିର୍ମାଣ କରୁଛନ୍ତି । ‘ଗୁମନାମୀ’ ଫିଲ୍ମଟି ଆସନ୍ତା ଦୁର୍ଗା ପୂଜା ଅବସରରେ କୋଲକାତା ଥିଏଟର୍ସରେ ରିଲିଜ ହେବାର ସମ୍ଭାବନା ଅଛି । ଇତିମଧ୍ୟରେ ନେତାଜୀଙ୍କ ଅଣନାତି ଅର୍ଥାତ ଜଣାଶୁଣା ଐତିହାସିକ ସୁଗାତେ ବୋଷ କହିଛନ୍ତି କି ଏହି ଫିଲ୍ମ ଜରିଆରେ ନେତାଜୀଙ୍କ ଛବିକୁ କ୍ଷତି ପହଞ୍ଚିବ ।
‘ଗୁମନାମୀ’ ଫିଲ୍ମକୁ ନେଇ ଅସନ୍ତୋଷ ନେତାଜୀଙ୍କ ପରିବାର - ସୁଗାତେ ବୋଷ
‘ଗୁମନାମୀ’ ଫିଲ୍ମକୁ ନେଇ ସୃଷ୍ଟି ହେଲା ବିବାଦ । ନେତାଜୀ ସୁଭାଷ ଚନ୍ଦ୍ରଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମରେ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ନେତାଜୀଙ୍କ ପରିବାର ।
ସେ ଏକ ସାକ୍ଷାତକାରରେ ଯୋଗ ଦେଇ କହିଥିଲେ କି ତାଙ୍କୁ ଏହା ଭାବି ମଧ୍ୟ ଡର ଲାଗୁଛି ଯେ ନେତାଜୀ ସୁଭାଷଙ୍କ ନାମ ଏକ ବାକ୍ୟରେ କୌଣସି ହଜିଯାଇଥିବା ବାବାଙ୍କ ସହ ନିଆଯିବ । ଏହା ଇତିହାସର ଉପହାସ । ସେ ବୁଝିପାରୁଛନ୍ତି ନିର୍ଦ୍ଦେଶକ କହିବାକୁ ଚାହୁଁଛନ୍ତି ଯେ ତିନି ପ୍ରକାର କଥିତ ଥ୍ୟୋରିଜ ଅଛି । ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଏକ ଇତିହାସ ଯେଉଁଥିରେ ଅନେକ ସତ କଥା ଅଛି । ଆଉ ଲେଖାଯାଇଛି ନେତାଜୀ 1945 ଅଗଷ୍ଟ 1945ରେ ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିଲେ ।
ଅନ୍ୟ ଥ୍ୟୋରି ଏମିତି ଅଛି, ଯାହାକୁ ଏବେ ମଧ୍ୟ ବିଚାର କରାଯାଇପାରିବ । କିନ୍ତୁ ଏହି ବିପଦ ସବୁବେଳେ ଲାଗି ରହୁଛି ଯେ ଆମେ ଫେକ ନ୍ୟୁଜ ଏବଂ ଫେକ ଇତିହାସ ଯୁଗରେ ବଞ୍ଚୁଛେ । ସେ ଆଶା କରୁଛନ୍ତି କି ଦେଶର ଲୋକ ବୁଝିପାରିବେ ଯେ ଯାହା ସେ ଫିଲ୍ମରେ ଦେଖିବେ ତେବେ ନେତାଜୀଙ୍କୁ ଜଣେ ବ୍ୟକ୍ତି ରୂପେ, ତାଙ୍କ ସ୍ବାଧୀନତା ସଂଘର୍ଷ ଏବଂ ଅସଂଖ୍ୟ ବଳିଦାର ଇତିହାସ ସହ ଖେଳାଯାଇଛି ବୋଲି ଜାଣିପାରିବେ ।