ଓଡିଶା

odisha

ETV Bharat / sitara

ମିଳନର ରଙ୍ଗରେ ରଙ୍ଗାୟିତ ନାଟକ ‘ଅଭିନେତ୍ରୀ’

ଦୁଇ ଦିନ ଧରି ଚାଲିଥିଲା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ପକ୍ଷରୁ ଆୟୋଜିତ ଉଛ୍ବାସର ରଙ୍ଗ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ଦର୍ଶକଙ୍କ ମନ ଛୁଇଁଲା ଭଳି ନାଟକ ‘ଅଭିନେତ୍ରୀ’ ପରିବେଷଣ ହୋଇଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Sep 20, 2019, 9:57 AM IST

ଭୁବନେଶ୍ବର: ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଛି ଉଛ୍ବାସର ରଙ୍ଗ କାର୍ଯ୍ୟକ୍ରମ । ଦୁଇଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମଟି ଉତ୍କଳ ସଙ୍ଗୀତ ମହାବିଦ୍ୟାଳର ପୁରାତନ ଛାତ୍ରଛାତ୍ରୀ ମଙ୍ଗଳ ସମିତି ଦ୍ବାରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ଶେଷ ସନ୍ଧ୍ୟାରେ ଆୟୋଜିତ ନାଟକ ‘ଅଭିନେତ୍ରୀ’ ଉପସ୍ଥିତ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।


ଏହି ନାଟକ ଦ୍ବାରା ଦର୍ଶକଙ୍କୁ ପରିବାରରେ ଏକତ୍ରୀତ ହୋଇ ରହିବା, ମାନ ଅଭିମାନ ଭୁଲି ମିଳିମିଶି ଏକା ସଙ୍ଗେ ରହିବାର ବାର୍ତ୍ତା ପହଞ୍ଚାଇଥିଲା । ନାଟକ ‘ଅଭିନେତ୍ରୀ’ ଦର୍ଶକଙ୍କୁ ବେଶ ଆମୋଦିତ କରିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାର କାର୍ଯ୍ୟକ୍ରମ ଅତିଥିଙ୍କ ଦ୍ବାରା ଉଦଘାଟିତ ହେବା ପରେ ଅଗ୍ନିମିତ୍ର ବେହେରା ଓ ଶ୍ରୀନିବାସ ଶତପଥୀଙ୍କ ଦ୍ବାରା ସିବାଗ୍ନି ପରିବେଷଣ କରାଯାଇଥିଲା। ପରେ ପରେ ସୀତାକାନ୍ତ ଜେନା ଓ ରୋହିତ କୁମାର ପ୍ରଧାନଙ୍କ ଦ୍ଵାରା ବୃନ୍ଦ ବାଦନ କରାଯାଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର


ଏହାପରେ କ୍ଷୀତିପ୍ରକାଶ ମହାପାତ୍ର ଓ ସାଥି ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତର ବୃନ୍ଦ ଗାୟନ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମରେ ଗୁରୁ ଶ୍ରୀ ଲିଙ୍ଗରାଜ ପ୍ରଧାନ ଓ ସାଥୀଙ୍କ ଦ୍ବାରା ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ପରିଶେଷରେ ପରିବେଷିତ ହୋଇଥିବା ନାଟକ ‘ଅଭିନେତ୍ରୀ’ ଉପସ୍ଥିତ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା । ଯେଉଁଥି ପାଇଁ ଶେଷ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଭରପୁର ହୋଇ ରହିଥିବା ଦେଖାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details