ମୁମ୍ବାଇ: ମଝିରେ ମଝିରେ ସୋସିଆଲ ମିଡିଆରେ କିଛି ଚ୍ୟାଲେଞ୍ଜ ଗ୍ରହଣ କରୁଥିବାର ନଜର ଆସିଥାଆନ୍ତି ସେଲିବ୍ରିଟି । ଏବେ ସେହିପରି ସୋସିଆଲ ମିଡିଆରେ ବ୍ୟାପିଛି ଆଉ ଏକ ଚ୍ୟାଲେଞ୍ଜ #BattleCapChallenge । ଏହି ଚ୍ୟାଲେଞ୍ଜରେ ଜଣେ ବ୍ୟକ୍ତିକୁ ସାମ୍ନାରେ ଘୁରୁଥିବା ବୋତଲର କ୍ୟାପ ଖୋଲିବାକୁ ପଡିଥାଏ । କିନ୍ତୁ ବୋତଲ ପଡିବ ନାହିଁ । ବର୍ତ୍ତମାନ ସେଲିବ୍ରିଟି ପରସ୍ପରକୁ ଏହି ଚ୍ୟାଲେଞ୍ଜ ଦେବାରେ ଲାଗିପଡିଛନ୍ତି ।
ହଲିଉଡ ପରେ ଏବେ ବଲିଉଡର ଆକ୍ସନ ଅଭିନେତା ଅକ୍ଷୟ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସାବ୍ୟସ୍ତ କରିଦେଇଛନ୍ତି ଯେ ସେ ସବୁ କଷ୍ଟାଦାୟକ କାମକୁ ସହଜରେ କରିପାରିବେ । ଏହି ଚ୍ୟାଲେଞ୍ଜ ଗ୍ରହଣ କରି ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।