ଓଡିଶା

odisha

By

Published : Mar 24, 2021, 9:51 AM IST

ETV Bharat / sitara

ବେଙ୍ଗାଲୁରୁ ଡ୍ରଗ୍ସ କେସରେ ନିର୍ମାତା ଶଙ୍କର ଗିରଫ

ଗତ ବର୍ଷ ସାମ୍ନାକୁ ଆସିଥିବା ବେଙ୍ଗୁଲୁରୁ ଡ୍ରଗ୍ସ କେସରେ ଏବେ ଧରାପଡିଲେ ନିର୍ମାତା ଶଙ୍କର । ପୂର୍ବରୁ ଏହି ମାମଲାରେ ଆସିସାରିଛି ଅନେକ ସାଉଥ ସେଲିବ୍ରିଟିଙ୍କ ନାଁ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଡ୍ରଗ୍ସ ମାମଲାରେ ପୋଲିସ ‘ସ୍ୟାଣ୍ଡେଲହୁଡ କେମ୍ପେଗୋଡା’ ଫିଲ୍ମ ନିର୍ମାତା ଶଙ୍କର ଗୋୱଡାଙ୍କୁ ଗିରଫ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ ହାତରେ ଧରାପଡିନ୍ତି ନିର୍ମାତା ।

ଡ୍ରଗ୍ସ ବେପାରୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଜାଣିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଗତ 8 ତାରିଖରେ ଗୋବିନ୍ଦପୁରା ପୋଲିସ ନିର୍ମାତା ଶଙ୍କରଙ୍କ ଘରେ ଚଢାଉ କରିଥିଲା । ଖାଲି ଏତିକି ନୁହେଁ ନିର୍ମାତଙ୍କ ସମ୍ପୃକ୍ତ ଥିବା ଲୋକଙ୍କୁ ନୋଟିସ ମଧ୍ୟ ଜାରି କରିଛି ପୋଲିସ ।

ସେପଟେ ଏନଡିପିସି ଆକ୍ଟରେ ନୂଆ କେସ ସମ୍ପୃକ୍ତ ହୋଇଛି । ଆଇପିସିର ବିଭିନ୍ନ ବିଭାଗ ଏନଡିପିସି ଆକ୍ଟ 25 (ବେଆଇନ କାର୍ଯ୍ୟକଳାପ ପାଇଁ ଆଶ୍ରୟ) ଏନଡିପିସି ଆକ୍ଟ 27ଏ (ଡ୍ରଗ୍ ଡିଲରଙ୍କୁ ପ୍ରତ୍ୟକ୍ଷ / ପରୋକ୍ଷ ସହାୟତା) ଏବଂ ଆକ୍ଟ 29 (ଅପରାଧିକ ଉଦ୍ଦେଶ୍ୟ ପାଇଁ ସଂଗଠିତ ଦଳ) ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details