ଓଡିଶା

odisha

ETV Bharat / sitara

‘ଅବତାର’ରୁ 696କୋଟି ଦୂରରେ ‘ଆଭେଞ୍ଜର୍ସ’

ଆଉ ମାତ୍ର 696କୋଟିର ବ୍ୟବସାୟ । ଏହାପରେ ଆଭେଞ୍ଜର୍ସ ଭାଙ୍ଗିବ ଅବତାରର ରେକର୍ଡ । ବିଶ୍ବର ସବୁଠୁ ବଡ ଫିଲ୍ମ ହେବା ଲକ୍ଷରେ ଆଭେଞ୍ଜର୍ସ ।

By

Published : May 30, 2019, 3:27 PM IST

Updated : May 31, 2019, 8:38 AM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ବକ୍ସଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ଆଭେଞ୍ଜର୍ସ ଏଣ୍ଡ ଗେମ ବିଶ୍ବ ରେକର୍ଡ ଭାଙ୍ଗିବା ଲକ୍ଷରେ । ବାସ 696 କୋଟି ବ୍ୟବସାୟ କରିବା ପରେ ଆଭେଞ୍ଜର୍ସ ଭାଙ୍ଗିବ ଅବତାରର ରେକର୍ଡ । ବିଶ୍ବର ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ହେଉଛି ଅବତାର । ପୁରା ବିଶ୍ବରେ ପ୍ରାୟ 2,788 ବିଲିୟନ ଆମେରିକା ଡଲାର ରୋଜଗାର କରଥିଲା ଅବତାର ।

ଦେଖିବାକୁ ଗଲେ ଆଭେଞ୍ଜର୍ସ, ଟାଇଟାନିକ ଓ ଅବତାରର ରେକର୍ଡ ଭାଙ୍ଗି ସାରିଛି । ଆଭେଞ୍ଜର୍ସ ତାର ପ୍ରଥମ ସପ୍ତାହରେ ରେକର୍ଡ ନମ୍ବର ବ୍ୟବସାୟ କରିଥିଲା । ପ୍ରଥମ ସପ୍ତାହରେ ପ୍ରାୟ 1.22ବିଲିୟନ ଆମେରିକା ଡଲାର ରୋଜଗାର କରିଥିଲା ।

ଆଇମ୍ୟାକ୍ସ ଓ ଥ୍ରୀଡି, ଆଭେଞ୍ଜର୍ସର ବ୍ୟବସାୟରେ ଅନେକ ସହାୟତା କରିଛି । ଆଇମ୍ୟାକ୍ସ ଥିଏଟର ପୁରା ବିଶ୍ବରେଲ 170ମିଲିୟନ ଆମେରିକା ଡଲାର କମେଇଥିବା ବେଳେ ଥ୍ରୀଡି 1ବିଲିୟନ ଆମେରିକା ଡଲାର ରୋଜଗାର କରିଥିଲା ।

ଏବେ ଆଭେଞ୍ଜର୍ସ ଘରୋଇ କ୍ଷେତ୍ରରେ ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ । ଫିଲ୍ମ ରିଲିଜର 33ଦିନ ପରେ ଆଭେଞ୍ଜର୍ସ ପ୍ରାୟ 805,249 ମିଲିୟନ ଆମେରିକା ଡଲାର ରୋଜଗାର କରିଛି ।

Last Updated : May 31, 2019, 8:38 AM IST

ABOUT THE AUTHOR

...view details