ଓଡିଶା

odisha

ETV Bharat / sitara

'ଅବତାର'ର ଗେମ ଏଣ୍ଡ କରିବା ଲକ୍ଷ୍ୟରେ 'ଆଭେଞ୍ଜର୍ସ'

ସୁପରହିରୋ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡ ଗେମ' ଧିରେ ଧିରେ ସବୁ ରେର୍କଡ ଭାଙ୍ଗି ନୂଆ ଇତିହାସ ରଚିବାରେ ଲାଗିପଡିଛି । ଅଧିକ ଆୟ କରି ଦ୍ବିତୀୟରେ ଥିବା 'ଟାଇଟାନିକ' ଫିଲ୍ମକୁ ପଛରେ ପକାଇ ଦେଇଛି । ଫିଲ୍ମ କ୍ରିଟକ୍ସ ଆଶା କରୁଛନ୍ତି କି ଖୁବ୍ ଶୀଘ୍ର ଫିଲ୍ମଟି 'ଅବତାର'ର ମଧ୍ୟ ରେର୍କଡ ଭାଙ୍ଗିବାକୁ ଯାଉଛି ।

By

Published : May 7, 2019, 1:36 AM IST

Updated : May 7, 2019, 1:57 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ମାର୍ବଲ ଷ୍ଟୁଡିଓ

ନୂଆଦିଲ୍ଲୀ: ମାର୍ବଲ ଷ୍ଟୁଡିଓର ସୁପରହିରୋ ଫିଲ୍ମ 'ଆଭେଞ୍ଜର୍ସ ଏଣ୍ଡ ଗେମ' ଗ୍ଲୋବାଲ ବକ୍ସ ଅଫିସରେ ନନଷ୍ଟପ ଆୟ କରିବାରେ ଲାଗିଛି । ଫିଲ୍ମ ଭାରତୀୟ ସିନେ ବଜାରରେ ରବିବାର ପର୍ଯ୍ୟନ୍ତ 312.95 କୋଟି କଲେକ୍ସନ କରିସାରିଲାଣି । ଏହି ଫିଲ୍ମଟି ପ୍ରତିଦିନ ନିଜ ଆୟ ଦ୍ବାରା ଅନେକ ନୂଆ ରେର୍କଡ କରିବାରେ ଲାଗିପଡିଛି । ଏବେ ଫିଲ୍ମଟି ସୁପର ଡୁପର ହିଟ୍ ଫିଲ୍ମ 'ଟାଇଟାନିକ'ର ବିଶ୍ବ ରେର୍କଡକୁ ଭାଙ୍ଗି ଦୁନିଆରେ ଦ୍ବିତୀୟ ସବୁଠାରୁ ଅଧିକା ଆୟ କରିବା ଫିଲ୍ମରେ ସାମିଲ ହୋଇଛି ।

'ଟାଇଟାନିକ' ୱାର୍ଲ୍ଡୱାଇଡ କଲେକ୍ସନ 153 ମିଲିୟନ ଥିବା ବେଳେ 'ଆଭେଞ୍ଜର୍ସ ଏଣ୍ଡ ଗେମ'ର ୱାର୍ଲ୍ଡୱାଇଡ ଆୟ ଏହା ଠାରୁ ଅଧିକ ହୋଇସାରିଲାଣି ।

ପ୍ରକାଶ ଥାଉକି, 1997ରେ ରିଲିଜ ହୋଇଥିବା ଫିଲ୍ମ 'ଟାଇଟାନିକ' କେବେ ଦୁନିଆର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଥିଲା । ତାପରେ 2009 ରେ ରିଲିଜ ହୋଇଥିବା ଫିଲ୍ମ 'ଅବତାର', 'ଟାଇଟାନିକ'ର ରେକର୍ଡ ଭାଙ୍ଗି ଦେଇଥିଲା । ଏବେ 'ଆଭେଞ୍ଜର୍ସ ଏଣ୍ଡ ଗେମ', 'ଟାଇଟାନିକ' ଫିଲ୍ମକୁ ତୃତୀୟ ସ୍ଥାନକୁ ପଠାଇଦେଇଛି । ଏହାସହ 'ଆଭେଞ୍ଜର୍ସ ଏଣ୍ଡ ଗେମ' ଦୁନିଆର ସବୁଠାରୁ ଅଧିକା ଆୟ କରିଥିବା ଫିଲ୍ମରେ ସାମିଲ ହେବାକୁ ଆଉ କିଛି ପାଦ ଦୂର ଅଛି ।

ଟ୍ରେଡ ଏକ୍ସପର୍ଟସଙ୍କ ଅନୁଯାୟୀ ଖୁବ୍ ଶୀଘ୍ର 'ଆଭେଞ୍ଜର୍ସ ଏଣ୍ଡ ଗେମ' ହଲିଉଡ ଫିଲ୍ମ 'ଅବତାର'ର ରେକର୍ଡ ଭାଙ୍ଗିବାରେ ସଫଳ ହେବ । ଏହାସହ ଏହି ଫିଲ୍ମଟି ସବୁଠାରୁ ଅଧିକା ଆୟ କରିଥିବା 5ଟି ଫିଲ୍ମକୁ ଧିରେ ଧିରେ ପଛରେ ପକାଇବାରେ ଲାଗିପଡିଛି । ବାକି ରହିଯାଇଛି କେବଳ 'ଅବତାର' ଫିଲ୍ମଟି । ଏବେ ଦେଖିବା ବାକି ରହିଲା କେବେ 'ଅବତାର' ରେର୍କଡ ଭାଙ୍ଗିବ 'ଆଭେଞ୍ଜର୍ସ ଏଣ୍ଡ ଗେମ' ।

Last Updated : May 7, 2019, 1:57 PM IST

ABOUT THE AUTHOR

...view details