ନୂଆଦିଲ୍ଲୀ:ବର୍ତ୍ତମାନ ବିଦେଶରେ ଛୁଟି କଟାଉଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍ଙ୍କ ଝିଅ ଈରା ଖାନ୍ । ସେ ନିଜ ପୁରୁଷ ବନ୍ଧୁ ନୁପୁର ଶିଖାରେଙ୍କ ସହ ଏକ ତୁଷାରଚ୍ଛନ୍ନ ସ୍ଥାନରେ କିଛି ସମୟ ବିତାଇଥିବା କଥା କହିଛନ୍ତି । ଏହାକୁ ନେଇ ସେ ଇନ୍ଷ୍ଟାଗ୍ରାମରେ ଫଟୋ ସେୟାର କରିଛନ୍ତି । ତେବେ ସେ ସେ କେଉଁ ସ୍ଥାନରେ ଅଛନ୍ତି ତାହାକୁ ନେଇ କୌଣସି ସୂଚନା ଦେଇ ନାହାନ୍ତି ।
ଏହାକୁନ ନେଇ ଈରା ଖାନ୍ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, "ମୁଁ ପ୍ରଥମ ଥର ପାଇଁ ତୁଷାରପାତର ମଜା ନେଉଛି । ସତେ କେଡ଼େ ମଜାଳିଆ ମୂହୁର୍ତ୍ତ ଇଏ ।"
ଈରା ଖାନ୍ଙ୍କ ପୁରୁଷ ବନ୍ଧୁ ନୂପୁର ଜଣେ ବେଶ ପରିଚିତ ଫିଟନେସ୍ କୋଚ୍ । ସେ ୨୦୧୪ରେ ସେ ବିଶ୍ବସୁନ୍ଦରୀ ସୁସ୍ମିତା ସେନ୍ଙ୍କୁ ଫିଟ୍ନେସ ଦିଗରେ ସାହାଯ୍ୟ କରିଥିଲେ । ଏକ ବହୁ ପୁରାତନ ରୋଗରୁ ଆରୋଗ୍ୟ ପାଇବା ପରେ ୨୦୧୮ରେ ସୁସ୍ମିତା ସେନ ନୂପୁରଙ୍କୁ ଧନ୍ୟବାଦ ଦେବା ସହ ଭୁରିଭୁରି ପ୍ରଶଂସା କରିଥିଲେ ।