ହାଇଦ୍ରାବାଦ: କୋରୋନା ମହାମାରୀ ପୁଣିଥରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଗତ କିଛି ଦିନ ହେବ ଟିଭି ଏବଂ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି କୋରୋନାରେ ସଂକ୍ରମିତ ହୋଇଥିଲେ । ଗୋଟିଏ ପରେ ଗୋଟିଏ ସେଲିବ୍ରିଟି ଏହାର ଶିକାର ହେଉଛନ୍ତି ।
ଏବେ ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି ।
ଅଲ୍ଲୁ ଲେଖିଛନ୍ତି, 'ସମସ୍ତଙ୍କୁ ନମସ୍କାର ! ମୋର କୋଭିଡ୍ ପଜିଟିଭ୍ ବାହାରିଛି । ଏବେ ମୁଁ ହୋମ କ୍ବାରେଣ୍ଟାଇନରେ ଅଛି । ଏଥିସହିତ ଯେଉଁମାନେ ଗତ କିଛି ଦିନ ମୋ ସହିତ ଯୋଗୋଯୋଗରେ ଥିଲ, ସେମାନେ ମଧ୍ୟ ନିଜର କୋରୋନା ଟେଷ୍ଟ କରିଦିଅନ୍ତୁ । 'ଘରେ ରୁହ, ସୁରକ୍ଷିତ ରୁହ' ।
ପ୍ରକାଶ ଥାଉ ଯେ, ଅଭିନେତା ଆହୁରି କହିଛନ୍ତି ଯେ, ସେ ଏବେ ସୁସ୍ଥ ଅଛନ୍ତି ଏବଂ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତା ନ କରିବାକୁ କହିଛନ୍ତି ।