ଓଡିଶା

odisha

ETV Bharat / sitara

ଅମିତାଭଙ୍କ ପରେ ପୁଅ ଅଭିଷେକ ମଧ୍ୟ କୋରୋନା ପଜିଟିଭି - ଅଭିଷେକ ମଧ୍ୟ କୋରୋନା ପଜିଟିଭି

ଉଭୟ ଅମିତାଭ ଓ ଅଭିଷେକ ବଚ୍ଚନଙ୍କ କୋଭିଡ-19 ପରୀକ୍ଷା ରିପୋର୍ଟ ପଜିଟିଭ । ମୁମ୍ବାଇ ନାନାବତୀ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସିତ । ଟ୍ବିଟ କରି ଦେଲେ ସୂଚନା । ଅଧିକ ପଢ଼ନ୍ତୁ...

After Amitabh Bachchan, Abhishek Bachchan, both Amitabh and Abhishek bachchan tested positive for covid-19, ଅଭିଷେକ ମଧ୍ୟ କୋରୋନା ପଜିଟିଭି , ଉଭୟ ଅମିତାଭ ଓ ଅଭିଷେକ ବଚ୍ଚନ କୋଭିଡ-19 ପଜିଟିଭ
ଅମିତାଭଙ୍କ ପରେ ପୁଅ ଅଭିଷେକ ମଧ୍ୟ କୋରୋନା ପଜିଟିଭି

By

Published : Jul 12, 2020, 12:52 AM IST

ମୁମ୍ବାଇ: ବଲିଉଡ ବିଗ ବି ଅମିତାଭ ବଚ୍ଚନ କୋଭିଡ-19 ପଜିଟିଭ ହେବା ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ମଧ୍ୟ କୋଭିଡ-19 ପଜିଟିଭ ହୋଇଥିବା ସୂଚନା ମିଳିଛି । ଏନେଇ ଅଭିଷେକ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଅଭିଷେକ କୋରୋନା ପଜିଟିଭି

ଅଭିଷେକ ଟ୍ବିଟ କରି କହିଛନ୍ତି, ସେ ଓ ତାଙ୍କ ବାପା ଉଭୟେ କୋରୋନା ସଂକ୍ରମିତ ରହିଛନ୍ତି । ଉଭୟଙ୍କର କିଛି ବିଶେଷ ଲକ୍ଷଣ ନଥିଲା ଓ ଆମେ ହସ୍ପିଟାଲରେ ଭର୍ତ୍ତି ହୋଇଛୁ ବୋଲି ଲେଖିଛନ୍ତି । ଆମେ ସମସ୍ତ ଅବଶ୍ୟକୀୟ ସୂଚନା କର୍ତ୍ତୃପକ୍ଷଙ୍କୁ ଜଣାଉଛୁ ଓ ପରିବାର ଓ ଷ୍ଟାଫଙ୍କର କୋରୋନା ପରୀକ୍ଷା କରାଯାଇଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଭୟଭୀତ ନହୋଇ ଶାନ୍ତ ରୁହନ୍ତୁ ।

ତେବେ ଉଭୟ ଅମିତାଭ ଓ ଅଭିଷେକଙ୍କ ଆରୋଗ୍ୟ କାମନା କରିଛି ସାରା ଦେଶ । ନେତା, ଅଭିନେତା ଟ୍ବିଟ କରି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ତେବେ ଅମିତାଭ ବଚ୍ଚନ ରହୁଥିବା ସ୍ଥାନ ହେଉଛି ମୁମ୍ବାଇର ସବୁଠାରୁ ଅଧିକ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ସ୍ଥାନ । ଯେଉଁଠାରେ 91,745 ଜଣ ଆକ୍ରାନ୍ତ ହୋଇଥିବା ବେଳ 5,244 ମୃତ୍ୟୁ ହୋଇଛି ।

ABOUT THE AUTHOR

...view details