ନୂଆଦିଲ୍ଲୀ: ଦେଶରେ କୋରୋନାର ଦ୍ବିତୀୟ ଲହରରେ ସଂକ୍ରମିତ ହେବାରେ ଲାଗିଛନ୍ତି ଅନେକ ସେଲିବ୍ରିଟି । ଯେଉଁଥିପାଇଁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି । ହଜାର ହଜାର ଲୋକ ପ୍ରାଣ ମଧ୍ୟ ହରାଉଛନ୍ତି ।
ଏଥିସହିତ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ଟିଭି ସେଲିବ୍ରିଟିମାନେ ମଧ୍ୟ ଏହାର ଶିକାର ହେଉଛନ୍ତି ।
ଆଜି (ମଙ୍ଗଳବାର) ସିନେମା ଜଗତରୁ ଏକ ନୈରାଶ୍ୟଜନକ ଖବର ସାମ୍ନାକୁ ଆସିଛି । ତାମିଲ ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଛି । ଆଜି ଅଭିନେତ୍ରୀ ନିଜେ ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।
ନିକଟରେ, ପିୟା ଟ୍ବିଟରରେ ତାଙ୍କ ଭାଇଙ୍କ ପାଇଁ ଡାକ୍ତରଖାନାରେ ବେଡ ଏବଂ ଭେଣ୍ଟିଲେଟର ସାହାଯ୍ୟ ମାଗିଥିଲେ । ଏଥିସହିତ ସେ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲେ । ଫରୁଖାବାଦର କାୟାମଗଞ୍ଜ ବ୍ଲକରେ ଥିବା ତାଙ୍କ ଭାଇଙ୍କ ପାଇଁ ତୁରନ୍ତ ଏକ ଭେଣ୍ଟିଲେଟର ସୁବିଧା ଥିବା ବେଡ୍ ଆବଶ୍ୟକ ବୋଲି କହିଥିଲେ ।
ପ୍ରକାଶ ଥାଉ ଯେ, ଏହା ପରେ ଆଜି ଅଭିନେତ୍ରୀ ଏକ ଟ୍ବିଟ୍ କରି ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିବା ଜଣାଇଛନ୍ତି । ପିୟା ମୁଖ୍ୟତଃ ତାମିଲ ଏବଂ ତେଲୁଗୁ ଫିଲ୍ମରେ କାମ କରିଛନ୍ତି ।