ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣାୱତ ପୁଣି ଚର୍ଚ୍ଚାରେ । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସେ ବଲିଉଡରେ ଚାଲିଥିବା ପରିବାରବାଦ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିସାରିଛନ୍ତି । ଏବେ ସେ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରି ଚର୍ଚ୍ଚାରେ । ଯାହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳୁଛି । ଏଥର ସେ ପରିବାରବାଦକୁ ନେଇ ନୁହେଁ ବରଂ ଚୀନ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।
ଚୀନ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇବାକୁ କଙ୍ଗନାଙ୍କ ଅପିଲ - କଙ୍ଗନା ରଣାୱତ ପୁଣି ଚର୍ଚ୍ଚାରେ
ପୁଣି ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସାମ୍ନାକୁ ଆସିଲେ କଙ୍ଗନା । ଏଥର ସେ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରିଛନ୍ତି । ଅଧିକା ପଢନ୍ତୁ...
ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରି କହିଛନ୍ତି, ‘ଯଦି କେହି ଆମ ହାତରୁ ଆଙ୍ଗୁଠି କାଟିବାକୁ ଚେଷ୍ଟା କରିବ ତେବେ କେତେ କଷ୍ଟ ହେବ । ସେହି କଷ୍ଟ ଆମକୁ ଚୀନ ଅନୁଭବ କରାଇଛି ଲଦାଖରେ ଆମ 20 ଯବାନଙ୍କୁ ଶହୀଦ କରି । କଣ ଏହା ଭାବିବା ଠିକ୍ କି କେବଳ ସେନା ଯୁଦ୍ଧ କରେ । ଏଥିରେ ଆମର କୌଣସି ଯୋଗଦାନ ନାହିଁ । କଣ ଆମେ ଭୁଲି ଯାଇଛି ସେହି ସମୟ ଯେବେ ଗାନ୍ଧୀ ଜି କହିଥିଲେ ଇଂରାଜୀଙ୍କ ମେରୁଦଣ୍ଡା ଭାଙ୍ଗିବାର ଅଛି ତେବେ ତାଙ୍କ ଦ୍ବାରା ନିର୍ମିତ ସବୁ ଉତ୍ପାଦନକୁ ବହିଷ୍କାର କରିବାକୁ ପଡିବ । ତାହାଲେ କଣ ଏହା ଆବଶ୍ୟକ ନୁହେଁ ଯେ ଆମେ ମଧ୍ୟ ଏହି ଯୁଦ୍ଧରେ ସାମିଲ ହେବା । ଲଦାଖ କେବଳ ଖଣ୍ଡେ ଜମି ନୁହେଁ ଭାରତ ପରିଚୟର ବଡ ଅଂଶ ।’
ପ୍ରକାଶ ଥାଉକି ନିକଟରେ ଗଲୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ଜଣ ଯବାନ ଶହୀଦ ହୋଇଥିଲେ । ଯାହା ଉପରେ ଦେଶବାସୀଙ୍କ କ୍ରୋଧ ଦେଖିବାକୁ ମିଳିଥିଲା । ଅନେକ ସେଲିବ୍ରିଟି ଟ୍ବିଟ କରି ଦୁଃଖ ପ୍ରକାଶ କରିଥିଲେ ।
TAGGED:
କଙ୍ଗନା ରଣାୱତ ପୁଣି ଚର୍ଚ୍ଚାରେ