ହାଇଦ୍ରାବାଦ: ନିକଟରେ କନ୍ନଡର ଫେମସ ଆକ୍ଟର ଚିରଞ୍ଜୀବି ସରଜାଙ୍କ ମାତ୍ର 39 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ତାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡିଛି ପୁରା ପରିବାର । ଏଯାବତ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ବାସ କରିପାରୁନାହାଁନ୍ତି ଫ୍ୟାନ୍ସ । ଇତିମଧ୍ୟରେ ତାଙ୍କର ଶେଷ କଥାବାର୍ତ୍ତାର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ତାଙ୍କ ବନ୍ଧୁ ତଥା ଅଭିନେତା ପ୍ରଜୱାଲ ଦେବରାଜ ସେୟାର କରି ସମସ୍ତଙ୍କୁ ପୁଣିଥରେ ଭାବୁକ କରିଦେଇଛନ୍ତି । ସେ ଚିରଞ୍ଜୀବିଙ୍କ ସହ କଥା ହୋଇଥିବା ହ୍ବାଟ୍ସଆପ ଚାର୍ଟର ସ୍କ୍ରିନସଟ ପୋଷ୍ଟ କରିଛନ୍ତି ।
ଚିରଞ୍ଜୀବିଙ୍କ ଏହି ଚାର୍ଟ ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବର । ଯେଉଁଥିରେ ସେ ନିଜ ବନ୍ଧୁଙ୍କ ସହ ଟ୍ରିପରେ ଯିବାର ପ୍ଲାନିଂ କରିଥିଲେ । ପ୍ରଜୱାଲ ଏହାର କ୍ୟାପସନରେ ଲେଖିଛନ୍ତି, ‘କାଶ ଆମେ ଏହା କରିପାରିଥାଆନ୍ତେ ।’