ଓଡିଶା

odisha

ETV Bharat / sitara

ବାବୁ ଭାଇଜାନ ଅବତାରରେ ଅରିନ୍ଦମ

ବାଲେଶ୍ବରର ସଫଳ ବ୍ୟବସାୟୀ ବାବୁ ଭାଇଜାନଙ୍କ କାହାଣୀକୁ ନେଇ ଖୁବଶୀଘ୍ର ପରଦାକୁ ଫେରିବେ ଅଭିନେତା ଅରିନ୍ଦମ।

By

Published : Aug 10, 2019, 2:21 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ବାସ୍ତବ କାହାଣୀକୁ ନେଇ ଆଧାରିତ ଚଳଚ୍ଚିତ୍ର ‘ବାବୁ ଭାଇଜାନ’ର ସୁଟିଂ ଜୋରସୋରରେ ଚାଲିଛି । ବାଲେଶ୍ବରର ଅବଦୁଲ ଅମିନ ଖାନ ଓରଫ ବାବୁଙ୍କ ଉପରେ ‘ବାବୁ ଭାଇଜାନ’ କାହାଣୀ ପର୍ଯ୍ୟବେସିତ। ସେ ପାଞ୍ଚଟି ଦେଶକୁ କପଡା ରପ୍ତାନୀ କରି ଆଜି ସଫଳ ବ୍ୟବସାୟ ରୂପେ ପ୍ରତିଷ୍ଠିତ ।

ଏହି ଚଳଚ୍ଚିତ୍ରରେ ତାଙ୍କ ପିଲା ବେଳୁ ନେଇ ସଫଳତାର ସଂର୍ଘଷ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ଗତ କାଲି ‘ବାବୁ ଭାଇଜାନ’ର ମହୁରତ ଅନୁଷ୍ଠିତ ହୋଇଥିଲା । ଚଳଚ୍ଚିତ୍ରରେ ବାବୁଙ୍କ ଭୂମିକାରେ ଅଭିନୟ କରିବେ ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ । ସେହିପରି ଚଳଚ୍ଚିତ୍ରର ପ୍ରଯୋଜନା ସନ୍ତୋଷ ନାରାୟଣ ଦାସ କରୁଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି ତାପସ ସରଘରିଆ।

ଅନ୍ୟପଟେ ‘ବାବୁ ଭାଇଜନ’ରେ ସଙ୍ଗୀତର ତଡକା ଲଗାଇଛନ୍ତି ମଳୟ ମିଶ୍ର । ଆଉ ଗୀତ ଗାଇଛନ୍ତି ବଲିଉଡର ଫେମସ ଗାୟକ ସାନ, ଇରା ମହାନ୍ତି । ଚଳଚ୍ଚିତ୍ରରେ ଅରିନ୍ଦମଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ଅଭିନେତ୍ରୀ ଶିବାନୀ । ଏହି ଦୁଇ କଳାକାରଙ୍କ ବ୍ୟତୀତ ଅଭିନେତା ବବି ମିଶ୍ର, ମିହିର ଦାସ, ଶ୍ରୀତମ ଦାସ ମଧ୍ୟ ଚଳଚ୍ଚିତ୍ରରେ ଅଭିନୟ କରୁଥିବାର ଦେଖାଯିବେ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details