ହାଇଦ୍ରାବାଦ: 66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ 2019 ଲୋକସଭା ନିର୍ବାଚନ ପରେ ଘୋଷଣା କରାଯିବ ବୋଲି କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ମୁଖ୍ୟତଃ ଏହି ପୁରସ୍କାର ଏପ୍ରିଲ ମାସରେ ଘୋଷଣା କରାଯାଏ, ମାତ୍ର ଏଥରକ ନିର୍ବାଚନ ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି ।
ସାଧାରଣ ନିର୍ବାଚନ ପରେ ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡ - ramnath kovind
66ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ 2019 ଲୋକସଭା ନିର୍ବାଚନ ପରେ ଘୋଷଣା କରାଯିବ । ଏପ୍ରିଲ ମାସରେ ଏହି ଆୱାର୍ଡ ପ୍ରଦାନ କରାଯାଉଥିବାବେଳେ ନିର୍ବାଚନ ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି ।

ଫଟୋ ସୌଜନ୍ୟ-ଏ ଏନ୍ଆଇ
1954ରେ ଏହି ପୁରସ୍କାର ପ୍ରଦାନ ସମାରାେହ ଆରମ୍ଭ କରାଯାଇଥିଲା । ଏହି ପୁରସ୍କାର ଭାରତର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପ୍ରଦର୍ଶନୀ ସହ ମିଶି ପରିଚାଳିତ ହୁଏ । ସିନେମା କ୍ଷେତ୍ରରେ ଏହା ଏକ ଅତି ଗୁରୁତ୍ବପୂର୍ଣ୍ଣ ଆୱାର୍ଡ ।
ବିଜେତାଙ୍କର ଚୟନ ନିରପେକ୍ଷ ଜୁରୀ ତଥା ବିଭିନ୍ନ ବ୍ୟକ୍ତିବିଶେଷ କିମ୍ବା ଚଳଚ୍ଚିତ୍ର ନିର୍ମାତାଙ୍କ ଦ୍ବାରା କରାଯାଇଥାଏ । ପୂର୍ବବର୍ଷ ମେ 3ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ବାରା ଆୱାର୍ଡକୁ ପ୍ରଦାନ କରଯାଇଥିଲା ।
Last Updated : Apr 25, 2019, 11:12 AM IST