ଓଡିଶା

odisha

By

Published : Apr 24, 2019, 2:28 AM IST

ETV Bharat / sitara

ଫିଲ୍ମ ମେକର୍ସଙ୍କୁ ଟିପ୍ସ ବାଣ୍ଟୁଛନ୍ତି ଜୋୟା

ଫିଲ୍ମ ନିର୍ମାତା ଜୋୟା ଅଖତର ନିଜ ଫିଲ୍ମ 'ଗଲି ବୟ'ର ସଫଳତାକୁ ନେଇ ଖୁବ୍ ଚର୍ଚ୍ଚାରେ । ଏବେ ସେ ଅନ୍ୟ ଫିଲ୍ମମେକର୍ସଙ୍କୁ ଟିପ୍ସ ଦେବାରେ ବ୍ୟସ୍ତ ହୋଇଯାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜୋୟା ଅଖତର

ମୁମ୍ବାଇ: ଫିଲ୍ମ ନିର୍ମାତା ଜୋୟା ଅଖତରଙ୍କ ନିକଟରେ ରିଲିଜ ହୋଇଥିବା ଫିଲ୍ମ 'ଗଲି ବୟ' ବକ୍ସ ଅଫିସରେ ଶାନଦାର କଲେକ୍ସନ କରିବାରେ ସଫଳ ହୋଇଥିଲା । ଏହି ସଫଳତାକୁ ନେଇ ଏବେ ଜୋୟା ଏକ ସାକ୍ଷାତକାରରେ କହିଥିଲେ କି ଯଦି କୌଣସି ଫିଲ୍ମ ତିଆରି କରୁଛ ତେବେ ଫିଲ୍ମ ମେକର କେବେ ବି ଏହାର ନିଷ୍କର୍ସ ଉପରେ ଧ୍ୟାନ ଦେବା କଥା ନୁହେଁ ବରଂ ଫିଲ୍ମ ପ୍ରସ୍ତୁତ କରିବା ପ୍ରକ୍ରିୟାର ଆନନ୍ଦ ଉଠାଇବା ଦରକାର ।

ଏବର୍ଷ ଜୋୟାଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି । ତାଙ୍କ ଫିଲ୍ମ 'ଗଲି ବୟ' ଏବଂ ଡିଜିଟାଲ ୱେବ ସିରିଜ 'ମେଡ ଇନ ହେଭେନ'କୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି ।

ରବିବାର ଆୟୋଜିତ ହୋଇଥିବା Critics Choice Film Award Ceremonyର ପ୍ରଥମ ଭାଗରେ ଜୋୟା ନିଜର ଆଗାମୀ ପ୍ରୋଜେକ୍ଟ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ସେ କହିଥିଲେ କି ଆରମ୍ଭ ଭଲ ହୋଇଛି । ଏବେ 'ମେଡ ଇନ ହେଭେନ-2' ତିଆରି କରିବାର ପ୍ରସ୍ତୁତି ଚାଲିଛି । ଏହାସହ ସେ ଆଉ ଏକ ଶୋ ଉପରେ ମଧ୍ୟ କାମ କରୁଛନ୍ତି । ଦୁଇ ଭିନ୍ନ ଭିନ୍ନ ନିର୍ଦ୍ଦେଶକ ସହ ଦୁଇ ଫିଚର ଫିଲ୍ମ ଉପରେ ମଧ୍ୟ କାମ ଜାରି ଅଛି । ସେ ଓ ରୀମା କାଗତୀ ମିଶି ଆଗାମୀ ଫିଲ୍ମର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି । ଏହି ଆକ୍ସନ ଫିଲ୍ମ ଲେଖିବାର କାମ ଆଉ କିଛି ଦିନ ପରେ ଶେଷ ହୋଇଯିବ ।

ରଣବୀର ସିଂହ ଓ ଆଲିୟା ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଲି ବୟ'ର ସଫଳତା ବିଷୟରେ ଜୋୟା କହିଛନ୍ତି ଏହାର ସଫଳତା ଏବଂ ଦର୍ଶକଙ୍କ ଜବରଦସ୍ତ ପ୍ରତିକ୍ରିୟା ଦେଖି ଖୁବ୍ ଆନନ୍ଦ ମିଳିଛି ।

ଆପଣଙ୍କୁ ତାହା କରିବା କଥା ଯାହା ଉପରେ ଆପଣଙ୍କୁ ବିଶ୍ବାସ ଥିବ । ସେହି କାମକୁ ପୁରା ସଚ୍ଚୋଟ ଏବଂ ବାସ୍ତବ ରୂପେ କରିପାରିଲେ ହିଁ ସଫଳତା ମିଳିଥାଏ । ଏହାପରେ ଯାହା ହେବେ ତାହା ଭଲ ପାଇଁ ହିଁ ହେବ । ନିଷ୍କର୍ସ ବିଷୟରେ ଭାବିବା ପରିବର୍ତ୍ତେ କାମର ଆନନ୍ଦ ନେବା କଥା ବୋଲି କହିଛନ୍ତି ଜୋୟା ।

ABOUT THE AUTHOR

...view details