ଓଡିଶା

odisha

ETV Bharat / sitara

ସଲମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଜରୀନ !

ଅଭିନେତ୍ରୀ ଜରୀନ ଖାନ ନିକଟରେ ଏକ ସାକ୍ଷାତକାରରେ ସଲମାନ ଖାନଙ୍କ ଉପରେ ଦେଇଥିଲେ ବଡ ବୟାନ । ଯାହାକୁ ନେଇ ଚର୍ଚ୍ଚା ଜୋରଦାର ।

By

Published : Aug 18, 2019, 7:15 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜରୀନ ଖାନ

ମୁମ୍ବାଇ: ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୂଆ ନୂଆ ଚେହେରାଙ୍କୁ କାମ ଦେବାରେ ମାହିର । ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତ୍ରୀ ଜରୀନ ଖାନ । ସେ ସଲମାନଙ୍କ ସହ ଫିଲ୍ମ ‘ଭିର’ରେ କାମ କରିଥିଲେ । ଇତିମଧ୍ୟରେ ସଲମାନଙ୍କୁ ନେଇ ଜରୀନ ଏକ ଖାସ୍ କଥାର ଖୁଲାସା କରିଛନ୍ତି ।

ଏକ ସାକ୍ଷାତକାରରେ ଜରୀନଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା କି ତାଙ୍କୁ ନିଜ ବିଷୟରେ କେଉଁ ଖବର ଭାଇରାଲ ହେଲେ ଭଲ ଲାଗିବ । ଏହାର ଜବାବ ମଜାଦାର ରୂପେ ଦେଇଥିଲେ ଜରୀନ । ସେ କହିଥିଲେ କି ସଲମାନଙ୍କ ସହ ତାଙ୍କ ବିବାହ ଖବର ଚର୍ଚ୍ଚାର ବିଷୟ ହେଲେ ତାଙ୍କୁ ବହୁତ ଭଲ ଲାଗିବ । ତେବେ ଜରୀନଙ୍କ ଏହି କଥାରୁ ଜଣାପଡୁଛି ଯେ ସେ ସଲମାନଙ୍କୁ ବହୁତ ଲାଇକ କରୁଛନ୍ତି ଆଉ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି ।

ଅନ୍ୟପଟେ ସଲମାନଙ୍କ ବିବାହ ଖବର ଚର୍ଚ୍ଚାରେ ରହିଆସୁଛି । ସଲମାନ ଓ ଜରୀନଙ୍କ ରିଲେସନଶିପ ଖବର ମଧ୍ୟ ଜୋର ଧରିସାରିଛି । ପ୍ରାୟତଃ ଶୁଣିବାକୁ ମିଳିଥିଲା ଯେ ଏହି ଦୁଇ ଷ୍ଟାର ପରସ୍ପରକୁ ଡେଟ କରୁଛନ୍ତି ବୋଲି ।

ABOUT THE AUTHOR

...view details