ମୁମ୍ବାଇ: ଗତ ବର୍ଷ ଧର୍ମ ଆଖ୍ୟା ଦେଇ ବଲିଉଡକୁ ବାଏ ବାଏ କରିଥିଲେ ବି-ଟାଉନର ଦଙ୍ଗଲ ଗାର୍ଲ ଜାଏରା ୱାସମୀ । ସେ ସୁପରଷ୍ଟାର ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’ରେ ଶାନଦାର ଅଭିନୟ କରି ସମସ୍ତ ମନ କଣିଥିଲେ। ତାଙ୍କ ଶେଷ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରିୟଙ୍କା ଚୋପ୍ରା ଓ ଫରହାନ ଅଖତର।
ଭଗବାନକୁ ଡରୁଛନ୍ତି ଜାଏରା, ଫ୍ୟାନ୍ସଙ୍କୁ କଲେ ଅଜବ ଅପିଲ - ସୁପରଷ୍ଟାର ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମ ‘ଦଙ୍ଗଲ’
ପୁଣିଥରେ ଧର୍ମକୁ ନେଇ ବଡ ଖୁଲାସା କଲେ ଅଭିନେତ୍ରୀ ଜାଏରା। ଏଥର ଫ୍ୟାନ୍ସଙ୍କୁ ମନା କଲେ ତାଙ୍କ ପ୍ରଶଂସା କରିବାକୁ । ଅଧିକା ପଢନ୍ତୁ...
ବଲିଉଡ ଛାଡିଛନ୍ତି ସେ ହେଲେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ସବୁବେଳେ କନେକ୍ଟ ରହୁନ୍ତି । ଇତିମଧ୍ୟରେ ସେ ଏକ ଟ୍ବିଟ ମାଧ୍ୟମରେ ଫ୍ୟାନ୍ସଙ୍କୁ ଅପିଲ କରିଛନ୍ତି। ଯାହାକୁ ନେଇ ପୁଣି ଆଶ୍ଚର୍ଯ୍ୟ ତାଙ୍କ ଫ୍ୟାନ୍ସ।
ସେ ଟ୍ବିଟରେ ଲେଖିଛନ୍ତି, ‘ମୁଁ ସମସ୍ତଙ୍କ ସ୍ନେହ ପାଇଁ ଧନ୍ୟବାଦ ଜଣାଉଛି। ଆଉ ସମସ୍ତଙ୍କ ପ୍ରେମକୁ ସ୍ବୀକାର ମଧ୍ୟ କରୁଛନ୍ତି। ହେଲେ ଯେଉଁ ପ୍ରଶଂସା ମିଳୁଛି ସେଥିରେ ମୁଁ ସନ୍ତୁଷ୍ଟ ନୁହେଁ। ମୋ ପାଇଁ ଏହା ବଡ ପରୀକ୍ଷା ସୂରପ। ଆଉ ଏହା ମୋ ଧର୍ମ ପାଇଁ ଖରାପ। ମୁଁ ଲୋକଙ୍କୁ ଅପିଲ କରୁଛି ଯେ ମୋର ପ୍ରଶଂସା ନକରି ଆଲ୍ଲାହଙ୍କ ପାଖରେ ପ୍ରାର୍ଥନା କରନ୍ତୁ। ସେହିପରି ମୋ ମଧ୍ୟରେ ଥିବା ଅଭାବ ଉପରେ ଧ୍ୟାନ ଦିଅନ୍ତୁ। ଯାହା ମୋ ପାଖରେ ବହୁତ ଅଛି।’