ଓଡିଶା

odisha

ETV Bharat / sitara

ବଲିଉଡ ଛାଡିଲେ ଜାଏରା, ପ୍ରତିକ୍ରୟା ରଖିଲେ ରାଜନେତା

ଜାଏରାଙ୍କ ବଲିଉଡ ଛାଡିବା ନିଷ୍ପତ୍ତି କିଛି ଲୋକଙ୍କୁ ଭଲ ଲାଗୁଥିବା ବେଳେ ଆଉ କିଛି ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି । ଏବେ ସୋସିଆଲ ମିଡିଆରେ ତାଙ୍କ ନିଷ୍ପତ୍ତିକୁ ନେଇ ବିଭିନ୍ନ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।

By

Published : Jul 1, 2019, 10:07 AM IST

Updated : Jul 1, 2019, 12:48 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଜାୟରା ୱାସୀମ

ମୁମ୍ବାଇ: ବି-ଟାଉନର ଦଙ୍ଗଲ ଗାର୍ଲ ଭାବେ ପରିଚିତ ଅଭିନେତ୍ରୀ ଜାଏରା ୱାସୀମ ରବିବାର ନେଇଥିବା ନିଷ୍ପତ୍ତି ପୁରା ବଲିଉଡକୁ ଚକିତ କରିଦେଇଥିଲା । ସେ ଅଭିନୟ ଜଗତକୁ ବାଏ ବାଏ କହିଛନ୍ତି । ଇସଲାମ ଧର୍ମ ଯୋଗୁଁ ସେ ଅଭିନୟ ଜଗତରୁ ଦୂରେଇବାକୁ ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ସେ ଫେସବୁକ ପୋଷ୍ଟ ଜରିଆରେ କହିଥିଲେ, 5 ବର୍ଷ ପୂର୍ବେ ନେଇଥିବା ନିଷ୍ପତ୍ତି ମୋ ଜୀବନ ବଦଳାଇ ଦେଇଛି । ମୁଁ ବଲିଉଡରେ ପାଦ ଥାପିବା ପରେ ଖୁବ୍ କମ ଦିନରେ ପ୍ରସିଦ୍ଧି ଲାଭ କରିଛି । ତେବେ ଇସଲାମ ଧର୍ମ ଯୋଗୁଁ ଅଭିନୟ ଜଗତରୁ ଦୂରେଇବାକୁ ନିଷ୍ପତ୍ତି ନେଇଛି...। ତାଙ୍କର ଏହି ନିଷ୍ପତ୍ତି ଉପରେ ସମସ୍ତଙ୍କ ପ୍ରତିକ୍ରିୟା ଏବେ ଦେଖିବାକୁ ମିଳୁଛି ।

ଜାଏରାଙ୍କ ନିଷ୍ପତ୍ତିର କିଛି ଲୋକ ପ୍ରଶଂସା କରୁଥିବା ବେଳେ କିଛି ଲୋକଙ୍କୁ ତାଙ୍କ ନିଷ୍ପତ୍ତି ଆଦୌ ହଜମ ହେଉନାହିଁ । ତେଣୁ ସେମାନେ ଜାୟରାଙ୍କ ନିଷ୍ପତ୍ତିକୁ ପିଲାଳିଆମି କହି ନିଜ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଦେଇଛନ୍ତି । ଖାଲି ଏତିକି ନୁହେଁ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଜାୟରାଙ୍କ ଏହି ନିଷ୍ପତ୍ତିକୁ ସମ୍ମାନ ଦେଇଛନ୍ତି ।

ଉମର ଅବଦୁଲ୍ଲା ଟ୍ବିଟ କରି ଜାଏରାଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଜାଏରାଙ୍କ ପସନ୍ଦ ଉପରେ ଆମେ ପ୍ରଶ୍ନ ଉଠାଇବାକୁ କିଏ ? ସେ ଯେମିତି ଚାହୁଁଛନ୍ତି ସେମିତ ନିଜ ଜୀବନ ବଞ୍ଚନ୍ତୁ । ମୁଁ କେବଳ ତାଙ୍କୁ ଶୁଭକାମନା ଦେଇପାରିବି ଏବଂ ପ୍ରାର୍ଥନା କରିବି କି ସେ ଯାହା କରିବେ ତାହାଦ୍ବାରା ସେ ଖୁସି ପାଆନ୍ତୁ ।"

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଉମର ଅବ୍ଦୁଲ୍ଲା

ଉମରଙ୍କ ବ୍ୟତୀତ ଭାରତୀୟ ପ୍ରଶାସନିକ ସେବା ଛାଡି ରାଜନୀତିରେ ସମ୍ପୃକ୍ତ ହୋଇଥିବା ଶାହ ଫୈସଲ ମଧ୍ୟ ତାଙ୍କ ନିଷ୍ପତ୍ତିରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ନିଜର ଗୋଟିଏ ବୟାନରେ କହିଛନ୍ତି କି ସେ ଜାଏରାଙ୍କ ନିଷ୍ପତ୍ତିର ସମ୍ମାନ କରୁଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରୁଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଶାହା ଫୈସଲ

ସେହିପରି ଫେମସ ଲେଖିକା ତସଲିମା ନସରୀନ ତାଙ୍କ ନିଷ୍ପତ୍ତିକୁ ପିଲାଳିଆମି କହିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି, "ବଲିଉଡର ପ୍ରତିଭାଶାଳୀ ଏବଂ ଟ୍ୟାଲେଣ୍ଟେଡ ଜାଏରା ଏବେ ଅଭିନୟ କ୍ୟାରିୟର ଛାଡିବାକୁ ଚାହୁଁଛନ୍ତି । କାରଣ ତାଙ୍କୁ ଲାଗୁଛି ଯେ ତାଙ୍କ ଅଭିନୟ କ୍ୟାରିୟର ଆଲ୍ଲାଙ୍କ ଉପରେ ବିଶ୍ବାସଙ୍କୁ ନଷ୍ଟ କରିଦେଉଛି । ଆଶ୍ଚର୍ଯ୍ୟକର ନିଷ୍ପତ୍ତି । ମୁସଲିମ ସମୁଦାୟର ଅନେକ ପ୍ରତିଭା ଏପରି ଭାବେ ବୁର୍ଖା ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି ।"

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ତସ୍ଲୀମା ନସରୀନ
Last Updated : Jul 1, 2019, 12:48 PM IST

ABOUT THE AUTHOR

...view details