ଓଡିଶା

odisha

ETV Bharat / sitara

ବଲିଉଡକୁ ନାଁ, ବିଗ ବସକୁ ହଁ !

ଜାଏରାଙ୍କୁ ନେଇ ଶୁଣିବାକୁ ମିଳୁଛି ଆଉ ଏକ ବଡ ଖବର । ବଲିଉଡକୁ ନିକଟରେ ଛାଡିଥିବା ଜାଏରା ଆଗକୁ ବିଗ ବସରେ ନଜର ଆସିବେ ।

By

Published : Jul 5, 2019, 2:13 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାଏରା ୱାସୀମ ଫ୍ୟାନକ୍ଲବ

ମୁମ୍ବାଇ: କିଛି ଦିନ ହେବ ବଲିଉଡର ଦଙ୍ଗଲ ଫେମ ଜାଏରା ୱାସୀମ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଅଲବିଦା କହି ଚର୍ଚ୍ଚାରେ ଅଛନ୍ତି । ଜାଏରାଙ୍କ ଏହି ଘୋଷଣା ପରେ ଅନେକ ଖବର ସାମ୍ନାକୁ ଆସିଛି । ଯେଉଁଥିରେ କୁହାଯାଇଥିଲା କି ହୁଏତଃ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ ହୋଇଯାଇଛି ।

ଏବେ ପୁଣି ତାଙ୍କୁ ନେଇ ନୂଆ ଖବର ଜୋର ଧରିଛି । ଶୁଣିବାକୁ ମିଳୁଛି ଯେ ସେ ଛଟୋ ପରଦାର ବିବାଦୀୟ ଶୋ ବିଗ ବସ-13ରେ ଭାଗ ନେଇପାରନ୍ତି । ଯାହା ପାଇଁ ଶୋର ମେକର୍ସ ଜାଏରାଙ୍କ ମତାମତ ମାଗିଛନ୍ତି ।

ଅନ୍ୟପଟେ ଜାଏରାଙ୍କୁ ଅଭିନେତ୍ରୀ ଶିଳ୍ପା ସିନ୍ଦେଙ୍କ ସହ ତୁଳନା ମଧ୍ୟ କରାଯାଉଛି । କାରଣ 'ଭାବି ଜି ଘର ପର ହେଁ'ର ବିବାଦ ପରେ ଶିଳ୍ପା ଅଭିନୟ ଛାଡିବାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ପରେ ସେ ବିଗ-ବସ ସାମିଲ ହୋଇ ବିଜୟୀ ହୋଇଥିଲେ । ଏହାସହ ବିଗ ବସ ପରେ ତାଙ୍କ ପପୁଲାରିଟି ଆହୁରି ବଢିଯାଇଥିଲା । ଏବେ ଜାଏରାଙ୍କୁ ମଧ୍ୟ ଶୋରେ ସାମିଲ କରିବାର ଯୋଜନା ଚାଲିଛି । ମୁଖ୍ୟ କଥା ହେଲା କି ସେ ମଧ୍ୟ ଶୋକୁ ନେଇ ଉତ୍ସାହିତ ଅଛନ୍ତି ।

ତେବେ ଏହି ଖବର ସତ କି ଉଡା ଖବର ଜାଣିବା ପାଇଁ ଜାଏରାଙ୍କ ଫ୍ୟାନ୍ସଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

ABOUT THE AUTHOR

...view details