ଓଡିଶା

odisha

By

Published : Sep 27, 2020, 4:36 PM IST

ETV Bharat / sitara

ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ଶିର୍ଷାସନ କରାନ୍ତୁ: ବାବା ରାମଦେବ

ଡ୍ରଗ୍ସ ମାମଲାକୁ ନେଇ ବଲିଉଡର 3 ଆଗଧାଡି ହିରୋଇନଙ୍କ ଅଡୁଆ ଦିନକୁ ବଢି ବଢି ଚାଲିଛି । ଏହାରି ମଧ୍ୟରେ ଯୋଗଗୁରୁ ବାବା ରାମଦେବ ଏହି ଟପ୍ ହିରୋଇନମାନଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ସାରା, ଶ୍ରଦ୍ଧା, ଦୀପିକାକୁ  ଶିର୍ଷାସନ କରାନ୍ତୁ
ସାରା, ଶ୍ରଦ୍ଧା, ଦୀପିକାକୁ ଶିର୍ଷାସନ କରାନ୍ତୁ

ନୂଆଦିଲ୍ଲୀ: ଡ୍ରଗ୍ସ ମାମଲାକୁ ନେଇ ବଲିଉଡର 3 ଆଗଧାଡି ହିରୋଇନଙ୍କ ଅଡୁଆ ଦିନକୁ ବଢି ବଢି ଚାଲିଛି । ଏହାରି ମଧ୍ୟରେ ଯୋଗଗୁରୁ ବାବା ରାମଦେବ ଏହି ଟପ୍ ହିରୋଇନମାନଙ୍କୁ ଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ।

ନିଶା ସେବନରୁ ବର୍ତ୍ତିବା ପାଇଁ ସେ ଏକ ଗଣମାଧ୍ୟମର ବାର୍ତ୍ତାଳାପରେ ପରାମର୍ଶ ଦେଇ କହିଛନ୍ତି, ‘ବଲିଉଡର ୟଙ୍ଗଷ୍ଟାର୍ସ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନଙ୍କୁ ସକାଳୁ ଓଲଟା ଟଙ୍ଗାଇ ଦିଅନ୍ତୁ । କିନ୍ତୁ ଫାଶୀ ଦିଅନ୍ତୁ ନାହିଁ । କାରଣ ଏମାନେ ଆମ ଦେଶର ପିଲା । ଏମାନଙ୍କ ଉପରେ ଦୟା କରନ୍ତୁ । ଏମାନଙ୍କୁ ସକାଳୁ ଓଲଟା ଟଙ୍ଗାଇ ଶିର୍ଷାସନ କରାନ୍ତୁ । ସକାଳୁ ସକାଳୁ ଏମାନେ ଯୋଗ କଲେ ନିଶା ସେବନ କରିବେ ନାହିଁ ।

ରାମଦେବ ବାବା ଆହୁରି ମଧ୍ୟ କହିଛନ୍ତି, ଏପରି ଭାବନା ରଖି ଯୋଗ କର ଯେପରି ତୁମେ କୌଣସି ବ୍ୟକ୍ତି ନୁହଁ। ତମେ ଏକ ସଂସ୍କୃତି । ତୁମେ ସାରା ଭାରତର ପ୍ରତିନିଧିତ୍ବ କରୁଛ । ତୁମକୁ ଲୋକ ନିଜର ରୋଲ ମଡେଲ ମାନୁଛନ୍ତି । ଏଣୁ ଏପରି କିଛି ନକର । ଯେଉଁମାନେ ଭୁଲ କରିଛନ୍ତି । ସେମାନଙ୍କୁ ଦଣ୍ଡ ନିଶ୍ଚିତ ମିଳିବ । ନଚେତ୍ ସାଧାରଣ ଲୋକ ମଧ୍ୟ ଏହି ରାସ୍ତାରେ ଅନୁସରଣ କରିବେ ।

ରାମଦେବ ବାବାଙ୍କ କହିବା ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ କଳାକାରଙ୍କୁ ସେ ଯୋଗ ଶିକ୍ଷା ଦେଇଛନ୍ତି। କିନ୍ତୁ ଏମାନେ ବେଳେବେଳେ ସେଲିବ୍ରେଶନ ପାଇଁ ଯୋଗ କରନ୍ତି ।

ABOUT THE AUTHOR

...view details