ହାଇଦ୍ରାବାଦ: ବିବାହ ବନ୍ଧନରେ ବାନ୍ଧିହେଲେ ‘ୟେ ଜୱାନୀ ହେ ଦିୱାନୀ’ର ଫେମ୍ ଏଭଲିନ୍ ଶର୍ମା । ଡକ୍ଟର ତୁଷାନ ଭିଣ୍ଡିଙ୍କୁ ଅଷ୍ଟ୍ରେଲିଆରେ ବିବାହ କରିଛନ୍ତି ଏଭଲିନା । ଆଜି(ସୋମବାର) ନିଜ ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ ।
ଅଷ୍ଟ୍ରେଲିଆର ଡେଣ୍ଟିଷ୍ଟ ତୁଷାନଙ୍କୁ ବିବାହ କରିଛନ୍ତି ଏଭଲିନା । ନିଜ ଇନଷ୍ଟାଗ୍ରାମ ଆଇଡିରେ ବିବାହ ସମୟର କିଛି ସୁନ୍ଦର ମୂହୁର୍ତ୍ତର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ରୋମାଣ୍ଟିକ୍ ପୋଜରେ ନଜର ଆସିଛନ୍ତି ।