ହାଇଦ୍ରାବାଦ: 'ୟେ ହେ ମୋହାବତେଁ' ଟିଭିର ସବୁଠାରୁ ପପୁଲାରଧାରାବାହିକ ମଧ୍ୟରୁ ଅନ୍ୟତମ । ନିକଟରେ ଧାରାବାହିକକୁ ପାଞ୍ଚ ବର୍ଷ ପୂରିଛି । ଯାହାର ସେଲିବ୍ରେସନ ପୁରା ଟିମ ଏକାଠି ହୋଇ କରିଥିଲେ, କିନ୍ତୁ ଦର୍ଶକଙ୍କ ପାଇଁ ଏକ ନୈରାଶଜନକ ଖବର ସାମ୍ନାକୁ ଆସିଛି । କଥାଟି ହେଲା କି ଖୁବ୍ ଶୀଘ୍ର ଏହି ଧାରାବାହିକ ବନ୍ଦ ହେବାକୁ ଯାଉଛି ।
ଆଜ୍ଞା ହଁ, ପ୍ରକାଶ ଥାଉକି କିଛି ଦିନରୁ ଦିବ୍ୟାଙ୍କା ତ୍ରିପାଠୀ ଓ କରଣ ଖରାପ ପ୍ରଦର୍ଶନ କରୁଛନ୍ତି । ଏହାସହ ଏବେ ଚର୍ଚ୍ଚା ହେଉଛି ଯେ ଦୁଇ ଷ୍ଟାରଙ୍କ କଲର୍ସ ଚ୍ୟାନେଲ ସହ ମତାନ୍ତର ଚାଲିଛି । ଏହି ସ୍ଥିତିକୁ ଦୃଷ୍ଟିରେ ରଖି ସିରିୟଲ ମେକର୍ସ ଶୋ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।