ଓଡିଶା

odisha

ETV Bharat / sitara

‘ମର୍ଦାନୀ 2’ ରୁ ହଟିବ କୋଟା ସହର ନାମ - ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମର୍ଦାନୀ 2’ ଟ୍ରେଲର ବିବାଦ

ଟ୍ରେଲର ରିଲିଜ ପରଠୁ ଚର୍ଚ୍ଚାରେ ରାନୀଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ମର୍ଦାନୀ 2’। ୟଶ ରାଜ ଫିଲ୍ମସ ନେଲେ ନିଷ୍ପତ୍ତି । ଫିଲ୍ମରୁ ହଟିବ କୋଟା ସହର ନାମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାନୀ ମୁଖାର୍ଜୀ

By

Published : Nov 21, 2019, 4:38 PM IST

ମୁମ୍ବାଇ: ରାନୀ ମୁଖାର୍ଜୀଙ୍କ ଚର୍ଚ୍ଚିତ ଫିଲ୍ମ ‘ମର୍ଦାନୀ 2’ ରିଲିଜ ପୂର୍ବରୁ ବିବାଦ ଘେରରେ । ଟ୍ରେଲର ରିଲିଜ ହେବା ପରେ କୋଟା ସହର ଲୋକ ଏହାର ଆପତ୍ତି କରିଥିଲେ । କୋଟାର ଜନସାଧାରଣ ଏହି ଫିଲ୍ମର ବିରୋଧ ପ୍ରଦର୍ଶନ କରି ଅଭିଯୋଗ ଆଣିଥିଲେ ଯେ ଫିଲ୍ମରେ କୋଟା ସହର ପ୍ରତିଛବି ଖରାପ କରାଯାଇଛି । ଯାହା ଦ୍ବାରା ସହରର ନାମ ବଦନାମ ହେଉଛି । ଏହି ବାଦବିବାଦ ପରେ ଏବେ ୟଶ ରାଜ ଫିଲ୍ମସ ‘ମର୍ଦାନୀ 2’ରୁ କୋଟା ସହର ନାମ ହଟାଇବାକୁ ନିଷ୍ପତ୍ତି ନେଇଛି ।

ୟଶ ରାଜ ଫିଲ୍ମସ ନିଜ ଜନତାଙ୍କ ଭାବନାକୁ ସବୁବେଳେ ସମ୍ମାନ ଦେଇଆସୁଛି । ତେଣୁ ଜନତାଙ୍କୁ ନିରାଶ କରିବା କାଙ୍କ ଉଦ୍ଦେଶ୍ୟ ନୁହେଁ। ‘ମର୍ଦାନୀ 2’ର ଲେଖକ ଏବଂ ନିର୍ଦ୍ଦେଶକ ଗୋପି ପୁଥରନ ଏହି ବିବାଦରେ କହିଛନ୍ତି ଯେ ସେ ଫିଲ୍ମରେ ଏହା ଦର୍ଶାଇବାକୁ ଆଦୌ ଚେଷ୍ଟା କରିନାହାଁନ୍ତି ଯେ ଦୁଷ୍କର୍ମ ସବୁବେଳେ କୋଟା ସହରରେ ହେଉଛି । ନା କୋଟା ସହର ନାମକୁ ବଦନାମ କରିବାର ତାଙ୍କର କୌଣସି ଉଦ୍ଦେଶ୍ୟ ଥିଲା ।

ଆମ ଫିଲ୍ମ ଟ୍ରେଲର ଲୋକଙ୍କ ଭାବନାକୁ ଆହତ କରିଛି । ଯାହା ପାଇଁ ଆମେ ଦୁଃଖିତ । ଆମ ଫିଲ୍ମ ଟ୍ରେଲରରେ କୁହାଯାଇଛି ଫିଲ୍ମର କାହାଣୀ ବାସ୍ତବ ଜୀବନକୁ ନେଇ ଆଧାରିତ ଏବଂ ଆମ ଫିଲ୍ମ କୋଟା କାହାଣୀକୁ ନେଇ ଆଧାରିତ । ତେବେ ଲୋକଙ୍କୁ ଭ୍ରମ ହୋଇପାରେ । ୟଶ ରାଜ ଫିଲ୍ମସ ଏହି ଶବ୍ଦକୁ ହଟାଇବାର ନିଷ୍ପତ୍ତି ନେଇସାରିଛି । ଯାହାକୁ ନେଇ ଭବିଷ୍ୟତରେ ଲୋକଙ୍କ ମଧ୍ୟରେ ଭୁଲ ବୁଝମଣା ନହେଉ ବୋଲି କହିଛନ୍ତି ଗୋପି ।

ABOUT THE AUTHOR

...view details