ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ପ୍ରଡକ୍ସନ ହାଉସ ୟଶରାଜ ଫିଲ୍ମସକୁ ନେଇ ଚର୍ଚ୍ଚା । ଏହି ପ୍ରଡକ୍ସନ ହାଉସ 50 ବର୍ଷ ପୂରଣ କରିବାକୁ ଯାଉଛି । ଯାହାର ସେଲିବ୍ରେଶନ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି ନିର୍ମାତା ଆଦିତ୍ୟ ଚୋପ୍ରା । ସେପ୍ଟେମ୍ବର 27ରେ ସ୍ବର୍ଗୀୟ ୟଶ ଚୋପ୍ରାଙ୍କ 886ମ ଜୟନ୍ତୀ । ଏହି ଅବସରରେ ୟଶରାଜ ଫିଲ୍ମସ ପ୍ରୋଜେକ୍ଟ 50ର ବ୍ଲୁପ୍ରିଣ୍ଟ ସାମ୍ନାକୁ ଆଣିବ । ଖାଲି ଏତିକି ନୁହେଁ ବିଦେଶରେ ମଧ୍ୟ ସେଲିବ୍ରେଶନ କରିବେ ଆଦିତ୍ୟ । ଶୁଣିବାକୁ ମିଳୁଛି ଯେ ୟୁସ, ୟୁକେ, ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ମିଡିଲ ଇଷ୍ଟ, କାନାଡା, ସିଙ୍ଗାପୁର, ମାଲେସିଆ, ଫ୍ରେଞ୍ଚ, ଜର୍ମାନୀ, ରୁଷିଆ ଓ ସ୍ବିଜରଲ୍ୟାଣ୍ଡରେ ୟଶରାଜ ଫିଲ୍ମସର 50 ଗାଲା ସେଲିବ୍ରେଶନ କରାଯିବ ।
ଯେଉଁଥିରେ ୟଶରାଜ ଫିଲ୍ମସ ପ୍ରୋଜେକ୍ଟର 50 ସମାରୋହରେ ବିଭିନ୍ନ ଦେଶରେ ବ୍ୟାନର ପ୍ରତିଷ୍ଠିତ ଫିଲ୍ମର ବିଶେଷତା ଥିବା ଫିଲ୍ମ ସାମିଲ ହେବ । ରେଡିଓ କନସର୍ଟ ଓ ଅଫଲାଇନ ଗତିବିଧି ମାଧ୍ୟମରେ ବ୍ୟାନରର ସୁପରହିଟ୍ ଗୀତ ଗୁଡିକ ରିଲିଜ କରାଯିବ । ସେହିପରି ଯେଉଁ କଳାକାରଙ୍କ ଫିଲ୍ମ ଆସନ୍ତା ବର୍ଷ ଯେଉଁ ଯେଉଁ ଦେଶରେ ରିଲିଜ ହେବ, ସେଠାକାର ସିନେ ବଜାରରେ ସେମାନଙ୍କ ଜଲୱା ଦେଖିବାକୁ ମଧ୍ୟ ମିଳିବ ।