ମୁମ୍ବାଇ: ପାଖାପାଖି 7 ବର୍ଷ ପରେ ପୁଣି ପରଦାରେ ଟ୍ୟାଲେଣ୍ଟେଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଦେଖାଯିବେ ଅଭିନେତ୍ରୀ ୟାମୀ ଗୌତମ । 'ବାଲା' ଫିଲ୍ମରେ ଏକାଠି କାମ କରିବାକୁ ଯାଉଛନ୍ତି ଏହି ଯୋଡି । ଯାହାର ସୁଟିଂ ନିକଟରେ ଶେଷ କରିସାରିଛନ୍ତି ୟାମୀ ।
ଫିଲ୍ମ ସୁଟିଂ ଶେଷ କରିବା ଅବସରରେ ୟାମୀ କହିଛନ୍ତି କି 'ବାଲା' ଅନେକ କାରଣ ପାଇଁ ଖାସ ହେବାକୁ ଯାଉଛି । ଫିଲ୍ମଟି ଜଣେ ଲଣ୍ଡା ବ୍ୟକ୍ତିର କାହାଣୀ । ଆଉ ସେ କିପରି ଅନେକ ସମସ୍ୟାର ସାମ୍ନା କରୁଛନ୍ତି, ତାନେଇ କାହାଣୀ ଆଧାରିତ ।