ମୁମ୍ବାଇ: ଲକଡାଉନ୍ ସମୟରେ ଅଭିନେତ୍ରୀ ୟାମି ଗୌତମ ସବୁବେଳେ ତାଙ୍କର ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି ।
ରବିବାର ଦିନ ୟାମି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବେକରେ ଲାଗିଥିବା ଗଭୀର ଆଘାତର ଯନ୍ତ୍ରଣା ସହ କିପରି ମୁକାବିଲା କରିଥିଲେ ସେ ବିଷୟରେ କହିଛନ୍ତି ।
ୟାମି କହିଛନ୍ତି, ଏହି ପୋଷ୍ଟଟି ମୋର ବ୍ୟକ୍ତିଗତ । ଯେତେବେଳେ ମୋର ବେକରେ ଗଭୀର ଆଘାତ ଲାଗିଥିଲା ସେତେବେଳେ ମୋତେ ବହୁତ ସତର୍କ ରହିବାକୁ ପଡୁଥିଲା । ବିଶେଷ କରି ଏହି କାରଣରୁ ମୁଁ ଡ୍ୟାନ୍ସ,,ବ୍ୟାୟାମ, ନନ-ଷ୍ଟପ୍ ବୁଲିବା ଏହିସବୁ କରିପାରୁନଥିଲି । ଏହା ବହୁତ ଯନ୍ତ୍ରଣା ଦେଉଥିଲା । ଯାହାହ୍ବାରା ମୁଁ ନିଜକୁ ବହନ କରିବା ମଧ୍ୟ ବହୁତ କଷ୍ଟକର ହୋଇପଡିଥିଲା ।