ମୁମ୍ବାଇ: ସୁପରହିଟ୍ ଫିଲ୍ମ ‘ବିକ୍କୀ ଡୋନର’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ସୁନ୍ଦରୀ ଅଭିନେତ୍ରୀ ୟାମୀ ଗୌତମ ନିକଟରେ 65ତମ ଫିଲ୍ମଫେୟର ଆୱାର୍ଡ୍ସ ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଏକ ସ୍ପେଶାଲ ନୋଟ ଲେଖିଛନ୍ତି ନିଜ ମନ କଥା ସେୟାର କରିଛନ୍ତି। ଏହି ନୋଟ ଜରିଆରେ ଗୋଟିଏ ପଟେ ସେ ଆୱାର୍ଡ ଶୋ ଓ ଆୟୋଜକଙ୍କୁ କଡା ଜବାବ ଦେଇଥିବା ବେଳେ ନିଜ ଫ୍ୟାନ୍ସ ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ତାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ସେପଟେ ଅନେକ ବଲିଉଡ ଷ୍ଟାର୍ସ ତାଙ୍କ ପୋଷ୍ଟର ପ୍ରଶଂସାକ ମଧ୍ୟ କରିଛନ୍ତି। ବରୁଣ ଧୱନ, ବିକ୍ରାନ୍ତ ମେସୀ, ଆୟୁଷ୍ମାନ ଖୁରାନା, କାଜଲ ଅଗ୍ରୱାଲ ଓ ଦିୟା ମିର୍ଜା ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି।
ପ୍ରକାଶ ଥାଉକି ଗତ ବର୍ଷ ନଭେମ୍ବର 7ରେ ରିଲିଜ ହୋଇଥିବା ଆୟୁଷ୍ମାନ, ୟାମୀ ଓ ଭୂମି ପେଡନେକରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବାଲା’କୁ ଦର୍ଶକ ଓ କ୍ରିଟିକ୍ସଙ୍କ ଶାନଦାର ପ୍ରତିକ୍ରିୟା ମିଳିଥିଲା । ବକ୍ସ ଅଫିସରେ ଫିଲ୍ମର ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲା। ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଆଶା ଥିଲା ଯେ 65ତମ ଫିଲ୍ମଫେୟର ଆୱାର୍ଡରେ ୟାମୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ହେଲେ ଏମିତି ହୋଇନଥିଲା।
ୟାମୀଙ୍କୁ ଆୱାର୍ଡ ନମିଳିବାରୁ ସୋସିଆଲ ମିଡିଆରେ ଫ୍ୟାନ୍ସ ଶୋକୁ ଫିକ୍ସଡ କହି ଫିଲ୍ମଫେୟର ଆୱାର୍ଡ୍ସର ବିରୋଧ କରିଥିଲେ । ଏବେ ଏହି ମାମଲାରେ ୟାମୀ ନୋଟରେ ଲେଖିଛନ୍ତି, ‘କିଛି ଏମିତି ଅଛି ଯାହାକୁ ମୁଁ ସମସ୍ତଙ୍କ ସହ ସେୟାର କରିବାକୁ ଚାହୁଁଛି । ଫିଲ୍ମ ବାଲା ପାଇଁ ମତେ ଅଣଦେଖା କରି ନୋମିନେଟ ନକାରଯିବା ଅଗଣିତ କମେଣ୍ଟ କାରଣରୁ ମୁଁ ମୋ ପକ୍ଷ ରଖିବାକୁ ବାଧ୍ୟ ହେଉଛି । ସେମିତି ଦେଖିଲେ ପୁରସ୍କାର ଜିତିବା ଉପଲବ୍ଧି ଆତ୍ମବିଶ୍ବାସକୁ ମଜବୁତ କରିଥାଏ। ଏହାଠାରୁ ମଧ୍ୟ ଅଧିକ ନୋମିନେଟ ହେବା ଆପଣଙ୍କ ପରିଶ୍ରମ ଓ ଦକ୍ଷତା ପ୍ରତି ପ୍ରେମ, ସମ୍ମାନ ସୂରପ ହୋଇଥାଏ। ସମ୍ମାନୀୟ ନିଷ୍ପତ୍ତି ମଣ୍ଡଳ ଫିଲ୍ମ ଜଗତର କିଛି ବରିଷ୍ଠ ସଦସ୍ୟ ନେଇ କରାଯାଇଥିଲା । ଯିଏମାନେ ସିନେମାରେ ମହତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏଥିନିମନ୍ତେ ମୁଁ ସମ୍ମାନ ସହ ତାଙ୍କ ଭାବନାକୁ ସ୍ବୀକାର କରୁଛି।’