ମୁମ୍ବାଇ: ଅଭିନେତ୍ରୀ ୟାମୀ ଗୌତମଙ୍କୁ ସୁପରହିଟ୍ ଫିଲ୍ମ 'ଉରି: ଦ ସର୍ଜିକାଲ ଷ୍ଟ୍ରାଇକ'ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ଏଯାବତ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଫିଲ୍ମରେ ତାଙ୍କ ଭୂମିକାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି । ଏବେ ୟାମୀଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ୟାମୀ 'ଗ୍ଲୋବାଲ ସ୍ପା' ମାଗାଜିନ ପାଇଁ ଫଟୋସୁଟ କରି ଛାଇ ଯାଇଛନ୍ତି ।
'ଗ୍ଲୋବାଲ ସ୍ପା' ମାଗାଜିନ କଭରରେ ୟାମୀ
ନିକଟରେ ଅଭିନେତ୍ରୀ ୟାମୀ ଗୌତମ ଶାନଦାର ଫଟୋସୁଟ କରିଥିଲେ । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଏହି ଫଟୋସୁଟ ସେ 'ଗ୍ଲୋବାଲ ସ୍ପା' ମାଗାଜିନ କଭର ପେଜ ପାଇଁ କରିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ୟାମୀ ଗୌତମ
'ଗ୍ଲୋବାଲ ସ୍ପା' ମାଗାଜିନ କଭର ପାଇଁ ୟାମୀଙ୍କୁ ଚୟନ କରାଯାଇଛି । ଏହି ମାଗାଜିନକୁ ପୂର୍ବରୁ 'ଏସିଆ ସ୍ପା' କୁହାଯାଇଥିଲା । କିଛି ପରିବର୍ତ୍ତନ ସହ ଏବେ ଏହା ଇଣ୍ଟରନ୍ଯାସନାଲ ମାଗାଜିନ କରିଦିଆଯାଇଛି । ଫଟୋସୁଟରେ ୟାମୀଙ୍କ ଗ୍ଲାମରସ ଲୁକ ଦେଖିବାକୁ ମିଳିଛି ।
ନିକଟରେ 'ଉରି'ର ଜବରଦସ୍ତ ସଫଳତା ପରେ ୟାମୀ ଏହି ମାଗାଜିନ ପାଇଁ ପ୍ରଥମ ପସନ୍ଦ ସାଜିଥିଲେ । ୟାମୀଙ୍କ ଫଟୋସୁଟ ଦୋହା, କତାର ଭଳି ସୁନ୍ଦର ସ୍ଥାନରେ କରାଯାଇଛି । ଫଟୋରେ ୟାମୀ ଲାଇଟ କଲର ସର୍ଟ ଡ୍ରେସରେ ଦେଖାଯାଇଛନ୍ତି ।