ଓଡିଶା

odisha

By

Published : Aug 11, 2020, 8:37 PM IST

ETV Bharat / sitara

ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

କୋଭିଡ-19ର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ରେ ସୁଟିଂ ଆରମ୍ଭ କରିଛନ୍ତି ଅଭିନେତ୍ରୀ ୟାମି ଗୌତମ । ଫଟୋ ସେୟାର କରି ୟାମି ଏହି ବିଷୟରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Yami Gautam kickstarts shooting in Chandigarh for upcoming rom-com
ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

ଚଣ୍ଡିଗଡ଼: ଅଭିନେତା ଅକ୍ଷୟ କୁମାର, ଆମୀର ଖାନ ଏବଂ ରଣବୀର କପୁରଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ୟାମି ଗୌତମ କୋଭିଡ-19 ମହାମାରୀ ମଧ୍ୟରେ ଚଣ୍ଡିଗଡ଼ରେ ସୁଟିଂ ଆରମ୍ଭ କରିଛନ୍ତି ।

ନିକଟରେ ୟାମି ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ୟାମି ଏକ ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି ।

ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

ପୋଷ୍ଟର କ୍ୟାପସନରେ ୟାମି ଲେଖିଛନ୍ତି, ଚା, ଚଣ୍ଡିଗଡ଼ ଏବଂ ସୁଟ । କିଛି ନୂଆ ଆସୁଛି ।

ପରବର୍ତ୍ତୀ ସମୟରେ ୟାମି, ଗିନ୍ନି ୱେଡ୍ସ ସନ୍ନିରେ ନଜର ଆସିବେ । ପୁନିତ ଖାନ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏକ ରୋମାଣ୍ଟିକ୍ କମେଡି ବୋଲି କୁହାଯାଉଛି ।

ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

ଗତ ବର୍ଷ ଜୁଲାଇ 11 ରେ ଏହି ଚଳଚ୍ଚିତ୍ରର ମୁଖ୍ୟ କଳାକାରମାନଙ୍କ ନାମ ଖୁଲାସା କରାଯାଇଥିଲା ।

ଖାନ୍ନାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିବା ଏହି ଚଳଚ୍ଚିତ୍ର ଗତ ବର୍ଷ ସେପ୍ଟେମ୍ବରରେ ସୁଟିଂ ଆରମ୍ଭ କରିଥିଲା । ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ ଏବଂ ମନାଲିରେ ଲିଡ୍ କାଷ୍ଟ୍ ସୁଟ୍ କରିଥିଲେ ।

ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

ଏହାପୂର୍ବରୁ ସୋମବାର ଦିନ ୟାମି ଇନଷ୍ଟାଗ୍ରାମରେ ତାଙ୍କ ଭଉଣୀଙ୍କ ସହ ଏକ ଲାଇଭ ଇଣ୍ଟରାକ୍ଟିଭ୍ ଅଧିବେଶନ କରି ପ୍ରଶଂସକଙ୍କ ଦ୍ୱାରା ପଚରାଯାଇଥିବା ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

ସୁଟିଂ ପାଇଁ ଚଣ୍ଡିଗଡ଼ରେ ପହଞ୍ଚିଲେ ୟାମି

ABOUT THE AUTHOR

...view details