ଓଡିଶା

odisha

ETV Bharat / sitara

92 ବର୍ଷରେ କୋକିଳ କଣ୍ଠୀ, ୩୬ଟି ଭାଷାରେ ଗାଇଛନ୍ତି ୫୦ ହଜାରରୁ ଉର୍ଦ୍ଧ୍ବ ଗୀତ

92 ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର ତଥା ଆମ ସମସ୍ତଙ୍କ ପ୍ରିୟ ଲତା ଦିଦି । ପିତାଙ୍କ ବିୟୋଗ ପରେ ସଂଘର୍ଷମୟ ଜୀବନ ସହ ନିଜ ସାନ ଭାଇଭଉଣୀଙ୍କୁ ମଣିଷ କରିବାକୁ ଯାଇ ଚିର ଅବିବାହିତ ରହିଗଲେ ସେ । ଅଧିକ ପଢନ୍ତୁ...

By

Published : Sep 28, 2021, 9:47 AM IST

92 ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର
92 ବର୍ଷରେ ପାଦ ଥାପିଲେ କୋକିଳ କଣ୍ଠୀ ଲତା ମଙ୍ଗେସକର

ହାଇଦ୍ରାବାଦ: ଆଜି ହେଉଛି ପ୍ରସିଦ୍ଧ ଗାୟିକା ତଥା କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ଆଜି ସେ 92 ବର୍ଷରେ ପାଦ ଥାପିଛନ୍ତି। 1929 ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ଲତା । ଲତା ମଙ୍ଗେସକରଙ୍କ ଜୀବନ ସଂଘର୍ଷମୟ ରହିଆସିଛି । ନିଜ ଭାଇ ଭଉଣୀମାନଙ୍କୁ ବଡ଼ ମଣିଷ କରିବାକୁ ଯାଇ ସେ ନିଜେ ବିବାହ କରିନଥିଲେ।

ଭାରତ ରତ୍ନ 'ଲତା ମଙ୍ଗେସକର ୩୬ ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଯାହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଲତା ଦିଦି ରୂପରେ ବହୁତ ଗମ୍ଭୀର ଦେଖାଯାଆନ୍ତୁ କିନ୍ତୁ ବାସ୍ତବ ଜୀବନରେ ସେ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ୧୩ ବର୍ଷ ବୟସରୁ ଲତା ନିଜର କ୍ୟାରିଅର ଆରମ୍ଭ କରିଥିଲେ। ଗତ ୭ ଦଶକରୁ ଅଧିକ ସମୟ ଧରି ଗୀତ ଗାଇ ଲତା ଦେଶ ବିଦେଶରୁ ଅନେକ ପ୍ରଶଂସା ସାଉଁଟିଛନ୍ତି। ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ପୁରସ୍କାର ତାଙ୍କୁ ୩୦ ବର୍ଷ ପୂର୍ବରୁ ମିଳି ସାରିଛି। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ'ରେ ତାଙ୍କୁ ୨୦୦୧ ମସିହାରେ ସମ୍ମାନିତ କରାଯାଇଛି। ଖାଲି ସେତିକି ନୁହେଁ, ସେ ପଦ୍ମଭୂଷଣ, ପଦ୍ମ ବିଭୂଷଣ ପୁରସ୍କାରରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି । ସେ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ମରାଠୀ ଚଳଚ୍ଚିତ୍ର 'କିତି ହାସିଲ'ରେ ଏକ ମରାଠୀ ଗୀତ ମଧ୍ୟ ଗାଇଥିଲେ, ଯଦିଓ ଏହି ଗୀତଟି ଏହି ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇନଥିଲା, କିନ୍ତୁ ସେଠାରୁ ତାଙ୍କର ସଂଗୀତ ଯାତ୍ରା ଆରମ୍ଭ ହୋଇଥିଲା। କିନ୍ତୁ ଏହି ଚଳଚ୍ଚିତ୍ର ପରେ ମଧ୍ୟ ଲତାଙ୍କୁ ଅନେକ ସଂଘର୍ଷର ସମ୍ମୁଖୀନ ହେବାକୁ ପଡିଥିଲା ।

୧୯୬୩ ମସିହା ଭାରତ-ଚୀନ ଯୁଦ୍ଧ ସମୟରେ ଲତାଙ୍କ ଦେଶାତ୍ମକ ଗୀତ ଏ ମେରେ ବତନ କେ ଲୋଗୋଁ ଅନେକ ଲୋକଙ୍କ ମନକୁ ଛୁଇଁଥିଲା । ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବ ବିହ୍ବଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତେବେ ଲତା ମଙ୍ଗେସକର ହେଉଛନ୍ତି ଭାରତୀୟ ସଙ୍ଗୀତ ଜଗତର ଜୀବନ୍ତ କିମ୍ବଦନ୍ତୀ । ସଙ୍ଗୀତ ଜଗତରେ ତାଙ୍କର ଅତୁଳନୀୟ ଅବଦାନ ରହିଛି, ଯାହା ଆମ ସମସ୍ତଙ୍କୁ ଜଣା । ଲତା ମଙ୍ଗେସକରଙ୍କ ଜନ୍ମଦିନ ଅବସରରେ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।

ABOUT THE AUTHOR

...view details