ମୁମ୍ବାଇ: ଦୀର୍ଘ ସମୟରୁ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ଛପାକ’ ଚର୍ଚ୍ଚାରେ । ଯେଉଁଥିରେ ଏସିଡ ପୀଡିତା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଦେଖିବାକୁ ମିଳୁଛି । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ନିକଟରେ ଫିଲ୍ମ ନିର୍ମାତା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଏସିଡ ପୀଡିତାଙ୍କ ଉପରେ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।
ଏସିଡ ନ ବିକିବାକୁ ଦୀପିକାଙ୍କ ଅନୁରୋଧ, ଭାଇରାଲ ଭିଡିଓ - ଏସିଡ ବିରୋଧରେ ଛପାକ ଟିମ
ଟ୍ବିଟରରେ ଚର୍ଚ୍ଚିତ ଫିଲ୍ମ ‘ଛପାକ’ର ମେକର୍ସଙ୍କ ନୂଆ ଭିଡିଓ ଭାଇରାଲ । ଏଥର ଦେଶରେ ଏସିଡ ବିକ୍ରି ନକରିବାକୁ ଅନୁରୋଧ କରିଛନ୍ତି । ଯାହା ପାଇଁ ଝିଅଙ୍କ ଅନେକ ସ୍ବପ୍ନ ନଷ୍ଟ ହୋଇଯାଉଛି ।
ଆଉ ଏବେ ମେକର୍ସ ଏକ ନୂଆ ଭିଡିଓ ସେୟାର କରି ଚର୍ଚ୍ଚାରେ । ଭିଡିଓରେ କହୁଯାଇଛି ଯେ ଭାରତରେ ଏସିଡ କିଣିବା କେତେ ସହଜ କଥା । ଯାହା ଉପରେ ପ୍ରତିବନ୍ଧ ଲଗାଯିବା ଦରକାର । ମେକର୍ସ ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଛନ୍ତି । ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘ଏସିଡ ଅନେକ ଜୀବନକୁ ନଷ୍ଟ କରିଦେଉଛି । ଅନେକ ଝିଅଙ୍କ ସ୍ବପ୍ନ ଭାଙ୍ଗି ଦେଉଛି । ଅନେକ ଆଶାକୁ ନଷ୍ଟ କରିବା ସହ ଡରାଇ ରଖୁଛି ।’ ଆପଣ ମଧ୍ୟ ଦେଖନ୍ତୁ ଏହି ଭିଡିଓ...
ମେଘନା ଗୁଲଜାରଙ୍କ ଦ୍ବାରା ନିର୍ଦ୍ଦେଶିତ, କେଏ ପ୍ରଡକ୍ସନ ଓ ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ବାରା ନିର୍ମିତ ଫିଲ୍ମ ‘ଛପାକ’ ଗତ 10 ତାରିଖରେ ରିଲିଜ ହୋଇଥିଲା । ଫିଲ୍ମ ଫକ୍ସ ଷ୍ଟାର ଷ୍ଟୁଡିଓ ଦ୍ବାରା ପ୍ରସ୍ତୁତ କରାଯାଇଛି ।