ନୂଆଦିଲ୍ଲୀ: ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଡ ପ୍ରବାସୀ ଶ୍ରମିକଙ୍କୁ ଲକଡାଉନରେ ନିଜ ଘରେ ପହଞ୍ଚାଇବାରେ ସହଯୋଗ କରିଆସୁଛନ୍ତି । ସେ ଏଯାବତ ଲକଡାଉନରେ ଅନ୍ୟ ରାଜ୍ୟରେ ଫସି ରହିଥିବା ଅନେକ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀ ନିଜ ଘରକୁ ପଠାଇସାରିଲେଣି ।
ବର୍ତ୍ତମାନ ଅନଲକ ପରେ ମଧ୍ୟ ସୋନୁ ତାଙ୍କ କାମ ବନ୍ଦ କରି ନାହାଁନ୍ତି । ଲକଡାଉନ୍ ଆରମ୍ଭରୁ ଅନେକ ଅସହାୟ କ୍ରମାଗତ ଭାବେ ସୋନୁଙ୍କୁ ସୋସିଆଲ୍ ମିଡିଆ କିମ୍ବା ପୋଷ୍ଟ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ଏବଂ ସମସ୍ତଙ୍କୁ ସୋନୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।
ନିକଟରେ,ସୋନୁ ତାଙ୍କ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅନେକ ଗୁଡିଏ ଚିଠି ଦେଖିବାକୁ ମିଳିଛି ।