ହାଇଦ୍ରାବାଦ:ଫିଲ୍ମ ମେକର କରନ ଜୋହରଙ୍କ 'Takht'ରେ ଅଭିନୟ କରିବେ ବଲିଉଡ ଡିଭା କରୀନ କପୁର ଖାନ । 'କଭି ଖୁସି କଭି ଗମ' ପରେ ପୁଣି ଏକାଠି କାମ କରିବେ କରନ ଓ କରୀନା । ଏହି ଫିଲ୍ମଟି ମୋଗଲ ସମ୍ରାଟ ଔରଙ୍ଗଜେବ ଓ ତାଙ୍କ ଭାଇ ଦାରା ଶୁଖୋଙ୍କ ଉପରେ ଆଧାରିତ ।
ଏହି ଫିଲ୍ମରେ କରୀନାଙ୍କ ସହିତ ରଣବୀର ସିଂ, ଆଲିଆ ଭଟ୍ଟ, ଭିକି କୌଶଲ ଓ ଅନୀଲ କପୁର ପ୍ରମୁଖ ମଧ୍ୟ ନଜର ଆସିବେ । କୋରୋନା ମହାମାରୀ ପାଇଁ ଫିଲ୍ମର ସୁଟିଂକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ କରନ 'ରକି ଔର ରାନି କି ପ୍ରେମ କାହାନୀ' ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି । ଏହି ଫିଲ୍ମର ସୁଟିଂ ବା ସ୍ଥିତି ସମ୍ପର୍କରେ କରୀନାଙ୍କୁ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି ଯେ ଫିଲ୍ମ ନିର୍ଦ୍ଦେଶକ କରନ ଏହି ଫିଲ୍ମରେ ଅନେକ କିଛି କରିବାକୁ ଯାଉଛନ୍ତି । ଏହି ଐତିହାସିକ ଡ୍ରାମା ଫିଲ୍ମର ଠିକ ସମୟ ଆସିଲେ ଏହାର କାମ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି କରୀନା ।